କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ,
ପୁରୀ,ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଅପାର କୃପାରୁ ଶ୍ରୀ ଜଗନ୍ନାଥ ଭକ୍ତ ସମାଜ ତରଫରୁ ଶ୍ରୀବଡ ଓଡ଼ିଆ ମଠ, ପୁରୀ ଠାରେ ଶ୍ରୀ ଜଗନ୍ନାଥ ମନ୍ଦିରରେ ଝୁଲଣ ଯାତ୍ରା ଓ ବଳଭଦ୍ରଙ୍କ ଜନ୍ମ ତଥା ରକ୍ଷା ବନ୍ଧନ ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠାନର ସଭାପତି ଶ୍ରୀ ଶଂକର୍ଷଣ ମଂଗରାଜଙ୍କ ସଭାପତିତ୍ବରେ ଆୟୋଜିତ ହୋଇଥିଲା । ଏଥିରେ କେନ୍ଦ୍ରୀୟ ସଂସ୍କୃତ ବିଶ୍ବବିଦ୍ୟାଳୟ, ସଦାଶିବ ପରିସରର ପ୍ରଫେସର୍ ଗୌରପ୍ରିୟା ଦାଶ ମୁଖ୍ୟ ଅତିଥି ରୂପେ ଯୋଗଦେଇ ମହାପ୍ରଭୁ ହେଉଛନ୍ତି ଅବତାରୀ, ସେ ସର୍ବ ରହସ୍ୟର ରହସ୍ୟ, ଅଜନ୍ମା, ମାତ୍ର ଭକ୍ତ ମାନଙ୍କ ପରିତ୍ରାଣ ପାଇଁ ବଳଦେବ ରୂପେ ଜନ୍ମଗ୍ରହଣ କରିଅଛନ୍ତି ଓ ଝୁଲଣ ଯାତ୍ରା ତାଙ୍କର ରାସଲୀଳା ବୋଲି ମତ ପ୍ରକାଶ କରିଥିଲେ। ମୁଖ୍ୟବକ୍ତା ରୂପେ ଡ.ବଳରାମ ଦାଶ ବଳଭଦ୍ରଙ୍କ ଜନ୍ମ ବୃତ୍ତାନ୍ତ, ଝୁଲଣ ଯାତ୍ରା ଓ ରକ୍ଷାବନ୍ଧନ ର ମହତ୍ତ୍ଵ ସମ୍ପର୍କରେ ଆଲୋଚନା କରିଥିଲେ । ଶ୍ରୀମନ୍ଦିର ପୁରୋହିତ ଶ୍ରୀଯୁକ୍ତ ପୂର୍ଣ୍ଣ ଚନ୍ଦ୍ର ମହାପାତ୍ର ଶ୍ରୀମନ୍ଦିର ରେ ବଳଭଦ୍ର ଜନ୍ମ ପାଳନର ରହସ୍ୟ ଉପସ୍ଥାପନ କରି ମାର୍କଣ୍ଡେୟ ପୁଷ୍କରଣୀ ଠାରେ ବଳଭଦ୍ରଙ୍କ ଜାତକର୍ମ କରାଯାଇଥାଏ ବୋଲି ମତ ଦେଇଥିଲେ। ଅନୁଷ୍ଠାନର ସମ୍ପାଦକ ଡଃ ଶଶିକାନ୍ତ ରଥ ସ୍ବାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଅନୁଷ୍ଠାନର ଉପ ସଭାପତି ଡ଼ଃ ପ୍ରଦୀପ ଚନ୍ଦ୍ର ଆଚାର୍ଯ୍ୟ ସଭା ପରିଚାଳନା କରିଥିଲେ । ଏହି ସଭାରେ ସଂଯୁକ୍ତା ମହାପାତ୍ର, କାର୍ତ୍ତିକ ସାହୁ, ଡଃ ସ୍ନେହଲତା ମହାପାତ୍ର ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଶେଷରେ ପୂର୍ଣ୍ଣିମା ମାଳା, ଅପର୍ଣ୍ଣା ରଥ ଭଜନ ପରିବେଷଣ କରିଥିଲେ।
Related Stories
October 9, 2024
October 9, 2024