ନୁଆଦିଲ୍ଲୀ -ସୋମବାର ସକାଳେ ଇଟାଲିର ସିସିଲ ଦ୍ୱିପ ପାଖରେ ବାଇସିଆନ ନାମକ ଏକ ବିଳାସପୁର୍ଣ୍ଣ ଜାହାଜ ବୁଡିଗଲା।ଜାହାଜର ଲମ୍ବ 144 ଫୁଟ।ଜାହାଜରେ 22 ଜଣ ଲୋକ ଥିଲେ।ଏଥିରେ 10 କ୍ରୁ ସଦସ୍ୟ ଓ 12 ଜଣ ଆମେରିକା, ବ୍ରିଟେନ ଓ କାନାଡା ର ଯାତ୍ରୀ ଥିଲେ।ଏହି ଜାହାଜର ଭଗ୍ନାବଶେଷ ଚିହ୍ନଟ କରାଯାଇଛି।ଏହା ସମୁଦ୍ର ପତ୍ତନରୁ 50 ଫୁଟ ଗଭୀରତାରେ ମିଳିଛି।ସୁଚନାମୁତାବକ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ 6 ଜଣ ନିଖୋଜ ଅଛନ୍ତି।ନିଖୋଜ ଲୋକଙ୍କ ମଧ୍ୟରେ ପ୍ରସିଦ୍ଧ ସଫ୍ଟୱେଆର ବ୍ୟବସାୟୀ ମାଇକ ଲିଞ୍ଚ ଓ ତାଙ୍କର 18 ବର୍ଷର ଝିଅ ହାନ୍ନା ମଧ୍ୟ ଅଛନ୍ତି।ବ୍ୟବସାୟୀ ଲିଞ୍ଚଙ୍କ ପତ୍ନୀ ଏଞ୍ଜେଲା ବାକାରେସଙ୍କୁ ଉଦ୍ଧାର କରାଯାଇଛି।ମାର୍ଗନ ଷ୍ଟେନଲି ଆନ୍ତ୍ରଜାତୀୟ ରାଷ୍ଟ୍ରପତି ଜୋନାଥନ ବ୍ଲୁମର ଏବଂ ତାଙ୍କ ପତ୍ନୀ ମଧ୍ୟ ଏହି ଜାହାଜରେ ଥିଲେ।ସେମାନଙ୍କୁ ମଧ୍ୟ ଖୋଜା ଯାଉଛି।ବ୍ଲୁମର ଲିଞ୍ଚ ଙ୍କର ଜଣେ ଘନିଷ୍ଠ ବନ୍ଧୁ।ବହୁ ବର୍ଷ ଧରି ଲିଞ୍ଚଙ୍କର କେସ ଲଢୁଥିବା ଓକିଲ ମଧ୍ୟ ନିଖୋଜ ଅଛନ୍ତି।ଇଟାଲିର କୋର୍ଷ୍ଟଗାଡର ଜଣେ ଅଧିକାରୀ କହିଛନ୍ତି ସକାଳ 5 ଟାରେ ଜୋରରେ ପବନ ହେବାରୁ ସମୁଦ୍ରରେ ଜୋରରେ ଲହଡି ସୃଷ୍ଟି ହୋଇଥିଲା।ଯାହା ଜାହାଜକୁ ଧକ୍କା ଦେଇଥିଲା ।ଯାହା ଫଳରେ ଜାହାଜଟି ବୁଡି ଯାଇଥିଲା।ପବନକୁ ପ୍ରତିହତ କରିବା ପାଇଁ ଏହି ଜାହାଜରେ ଡିଜାଇନ କରାଯାଇଛି।କିନ୍ତୁ କେଉଁ ପରିସ୍ଥିତିରେ ଜାହାଜଟି ବୁଡି ଯାଇଛି ତାହା ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା କ୍ରୁ ସଦସ୍ୟଙ୍କ ସହ କଥାବାର୍ତ୍ତା ପରେ କିଛି ସୁଚନା ଉପଲବ୍ଧ ହେବ ।
Related Stories
August 29, 2024