ନୂଆଦିଲ୍ଲୀ– କେନ୍ଦ୍ରୀୟ ଉପଭୋକ୍ତା ସଂରକ୍ଷଣ ପ୍ରାଧିକରଣ ଶ୍ରୀରାମ ଆଇଏଏସ ଉପରେ ଭ୍ରମାତ୍ମକ ବିଜ୍ଞାପନ ପାଇଁ 3ଲକ୍ଷ ଟଙ୍କାର ଜରିମାନା ଲଗାଇଛି । ଏକ ସରକାରୀ ବିଜ୍ଞପ୍ତି ଅନୁସାରେ ଏହି ନିଷ୍ପତି ଉପଭୋକ୍ତା ଅଧିକାରୀଙ୍କ ରକ୍ଷା ଓ ସଂବର୍ଦ୍ଧନ ପାଇଁ କରାଯାଇଛି, ଯାହାଦ୍ୱାରା ଏହା ସୁନିଶ୍ଚିତ କରାଯାଇପାରିବ ଯେ, କୌଣସି ବି ବସ୍ତୁ କିମ୍ବା ସେବାର ଭୁଲ କିମ୍ବା ଭ୍ରମାତ୍ମକ ବିଜ୍ଞାପନ କରାନଯାଉ ଯାହା ଉପଭୋକ୍ତା ସଂରକ୍ଷଣ ଅଧିନିୟମ, 2019ର ପ୍ରାବଧାନର ଉଲ୍ଲଂଘନ କରିଥାଏ ।
ଉପଭୋକ୍ତା ସଂରକ୍ଷଣ ଅଧିନିୟମ, 2019ର ଉଲ୍ଲଂଘନକୁ ଦୃଷ୍ଟିରେ ରଖି ମୁଖ୍ୟ କମିଶନର ଓ କମିଶନରଙ୍କ ଅଧ୍ୟକ୍ଷତା ବିଶିଷ୍ଟ ସିସିପିଏ ୟୁପିଏସସି ସିଭିଲ ସେବା ପରୀକ୍ଷା 2022 ସଂପର୍କରେ ଭ୍ରମାତ୍କମ ବିଜ୍ଞାପନ ପାଇଁ ଶ୍ରୀରାମସ ଆଇଏଏସ ବିରୁଦ୍ଧରେ ଏକ ନିର୍ଦ୍ଦେଶ ଜାରି କରାଯାଇଛି ।