ଲକ୍ଷ୍ନୌ– ବହୁଜନ ସମାଜ ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ମାୟାବତୀ କେନ୍ଦ୍ରରେ ଯୁଗ୍ମ ସଚିବ, ନିର୍ଦ୍ଦେଶକ ଏବଂ ଉପସଚିବର 45ଟି ଉଚ୍ଚ ପଦରେ ସିଧା ନିଯୁକ୍ତି ନିଷ୍ପତି ଉପରେ ପ୍ରଶ୍ନ ଉଠାଇଛନ୍ତି । ସେ କହିଛନ୍ତି ଯେ, ଏହି ପଦକ୍ଷେପ ଯୋଗୁ କର୍ମଚାରୀମାନେ ପଦୋନ୍ନତିରୁ ବଂଚିତ ହେବେ ।
ଉତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ମାୟାବତୀ ସୋସିଆଲ ମିଡିଆ ଏକ୍ସରେ ଏକ ପୋଷ୍ଟରେ କହିଛନ୍ତି ଯେ, କେନ୍ଦ୍ରରେ ଯୁଗ୍ମ ସଚିବ, ନିର୍ଦ୍ଦେଶକ ଏବଂ ଉପସଚିବର 45 ଉଚ୍ଚ ପଦ ଉପରେ ସିଧା ନିଯୁକ୍ତି ପାଇଁ ସରକାରଙ୍କ ନିଯୁକ୍ତି ଠିକ୍ ନୁହେଁ । କାରଣ ସିଧା ଭର୍ତି ମାଧ୍ୟମରେ ତଳ ପଦବୀରେ କାମ କରୁଥିବା କର୍ମଚାରୀଙ୍କୁ ପଦୋନ୍ନତି ଲାଭରୁ ବଂଚିତ ରହିବାକୁ ପଡିବ । ସେ ଆହୁରି ମଧ୍ୟ କହିଛନ୍ତି ଯେ, ଏହି ସରକାରୀ ନିଯୁକ୍ତିରେ ଏସସି-ଏସଟି ଓ ଓବିସି ବର୍ଗର ଲୋକଙ୍କୁ ସେମାନଙ୍କ କୋଟାର ଅନୁପାତରେ ଯଦି ନିଯୁକ୍ତି ଦିଆନଯିବ, ତେବେ ଏହା ସମ୍ବିଧାନର ସିଧା ଉଲ୍ଲଂଘନ ଅଟେ । ବିନା କୌଣସି ନିୟମ ତିଆରି କରି ଏହି ଉଚ୍ଚ ପଦବୀରେ ସିଧା ନିଯୁକ୍ତି ବିଜେପି ସରକାରର ମନମାନୀ ଅଟେ, ଯାହା ବେଆଇନ ଓ ଅସାମ୍ବାଧାନିକ ବୋଲି ସେ କହିଛନ୍ତି ।