ହୁଗୁଳି– ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜିଙ୍କ ଆହ୍ଵାନ କ୍ରମେ ଆର.ଜି.କର ମେଡ଼ିକାଲ କଲେଜରେ ଡାକ୍ତରୀ ଟ୍ରେନିଂ ଛାତ୍ରୀଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାର ପ୍ରତିବାଦରେ ହୁଗୁଳି ଜିଲ୍ଲାରେ ରାଜରାସ୍ତାକୁ ଓହ୍ଲାଇଲେ ହଜାର ହଜାର ଲୋକ । ଘଟଣାରେ ଦୋଷୀ ମାନଙ୍କୁ କଠୋରତମ ସଜା ଦାବି କରି ତୃଣମୂଳ କଂଗ୍ରେସର ଆହ୍ଵାନ କ୍ରମେ ଶନିବାର ସଂନ୍ଧ୍ୟାରେ ହୁଗୁଳି ଜିଲ୍ଲାର ବିଭିନ୍ନ ଅଂଚଳରେ ହଜାର ହଜାର ସଂଖ୍ୟାରେ ଲୋକ ରାଜରାସ୍ତାକୁ ଓହ୍ଲାଇଛନ୍ତି । ଘଟଣାରେ ଦୋଷୀ ମାନଙ୍କୁ ଫାଶି ଦଣ୍ଡରେ ଦଣ୍ଡିତ କରାଯାଉ ବୋଲି ଆନ୍ଦୋଳନକାରୀ ମାନେ ଦାବି କରିଛନ୍ତି ।
ରିବଡ଼ା ନଗରପାଳିକାର ଚେୟାରମେନ ବିଜୟ ସାଗର ମିଶ୍ରାଙ୍କ ନେତୃତ୍ବରେ ରିବଡ଼ାରେ ଶନିବାର ସଂନ୍ଧ୍ୟାରେ ହଜାର ହଜାର ସଂଖ୍ୟାରେ ଲୋକ ରାଜରାସ୍ତାକୁ ଓହ୍ଲାଇ ଆସବା ସହ ପୀଡ଼ିତାଙ୍କୁ ତୁରନ୍ତ ନ୍ୟାୟ ପ୍ରଦାନ ପାଇଁ ଦାବି କରିଛନ୍ତି । ଶନିବାର ସଂନ୍ଧ୍ୟାରେ ରିବଡ଼ା ନଗରପାଳିକା ଠାରୁ ଚାର ବତୀ ବୁଲାଣି ପର୍ଯ୍ୟନ୍ତ ଏକ ବିଶାଳ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା ।