ଭୁବନେଶ୍ୱର– ପ୍ରଥମ ଥର ପାଇଁ ବିଧାନସଭାକୁ ନିର୍ବାଚିତ ହୋଇଥିବା ବିଧାୟକ ମାନଙ୍କୁ ତାଲିମ ପ୍ରଦାନ କରିବାକୁ ବିଧାନସଭାରେ ବିଧାୟକଙ୍କ ଦୁଇ ଦିନିଆ ଜ୍ଞାନ ସଂସ୍କାର କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ କିରନ ରିଜିଜୁ ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରିଛନ୍ତି । ଅନ୍ୟ ପକ୍ଷରେ ବିରୋଧୀ ଦଳ ବିଜୁ ଜନତା ଦଳ ଓ କଂଗ୍ରେସ ଏହି କାର୍ଯ୍ୟକ୍ରମକୁ ପୂର୍ବ ଘୋଷଣା ଅନୁସାରେ ବହିଷ୍କାର କରିଥିବା ଦେଖିବାକୁ ମିଳିଛି ।
. 17ତମ ବିଧାନସଭାର ବିଧାୟକଙ୍କ ଜ୍ଞାନ ସଂସ୍କାର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ମାଝି,ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଓ ପ୍ରଭାତୀ ପରିଡ଼ାଙ୍କ ସହ ମନ୍ତ୍ରୀ ମଣ୍ଡଳର ସଦସ୍ୟଙ୍କ ସମତେ ବିଜେପିର ବିଧାୟକ ମାନେ ଉପସ୍ଥିତ ଅଛନ୍ତି ।
ଆଜି କେନ୍ଦ୍ର ସଂସାଦୀୟ ବ୍ୟାପର ମନ୍ତ୍ରୀଙ୍କ ସହ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ବିରୋଧୀ ଦଳ ନେତା ନବୀନ ପଟନାୟକ, ପୂର୍ବତନ ମନ୍ତ୍ରୀ ବିଜେଡି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ଘଡେଇ ଏବଂ କେନ୍ଦ୍ର ମନ୍ତ୍ରୀ ଜୁଏଲ ଓରାମଙ୍କର ଗୋଟିଏ ଗୋଟିଏ ସେସନ ରହିଛି. ଯେଉଁଥିରେ ବରିଷ୍ଠ ମାନେ ନିଜର ଅଭିଜ୍ଞତା ବାଣ୍ଟିବେ । ବିଧାନସଭା ରୁଲ ଓ ପ୍ରୋସିଡିଂ ବିଷୟରେ ବିଧାୟକ ମାନଙ୍କୁ ଅବଗତ କରିବେ. ବିଧାନସଭାରେ ଭଲ ପ୍ରଦର୍ଶନ ପାଇଁ ମନ୍ତ୍ର ଦେବେ. ତେବେ ବିଜେଡି ଓ କଂଗ୍ରେସ ଏହି କାର୍ଯ୍ୟକ୍ରମକୁ ବୟ କଟ କରିଛନ୍ତି. କାର୍ଯ୍ୟକ୍ରମ ଆରମ୍ଭ ହୋଇଥିବା ବେଳେ ବିରୋଧୀ ଦଳ ନେତା କିମ୍ଭା ବିଜେଡିର କୌଣସି ବିଧାୟକ ଯୋଗ ଦେଇ ନାହାନ୍ତି । ଅନ୍ୟପଟେ ବିଜେପି କହିଛି କୌଣସି ରାଜନୈତିକ କାର୍ଯ୍ୟକ୍ରମ ନୁହେଁ. ଅଯଥା ପ୍ରସଙ୍ଗକୁ ଆପ୍ରସଙ୍ଗ କରି ନୁଆଁ ବିଧାୟକ ମାନଙ୍କୁ ଏହି କାର୍ଯ୍ୟକ୍ରମରୁ ବଞ୍ଚିତ କରୁଛନ୍ତି ଦୁଇ ଦଳ ।