
ଭୁବନେଶ୍ୱର,ବାଂଲାଦେଶର ସ୍ଥିତିକୁ ନେଇ ପ୍ରଧାନମନ୍ତ୍ରୀ ନରେନନ୍ଦ୍ର ମୋଦୀ ବାଂଲାଦେଶକୁ ବାର୍ତ୍ତା ଦେଇଛନ୍ତି। ବାଂଲାଦେଶର ଅନ୍ତରୀଣ ସରକାରର ମୁଖିଆଙ୍କ ସହ ପ୍ରଧାନମନ୍ତ୍ରୀ ଆଲୋଚନା କରିଛନ୍ତି।ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ବିଦେଶ ମନ୍ତ୍ରାଳୟ ସବୁ ଦେଖା ଶୁଣା କରୁଛି।ସେଥିପାଇଁ ବ୍ୟସ୍ତ ହେବାର ନାହିଁ ବୋଲି କହିଛନ୍ତି ସଂସଦୀୟ ବ୍ୟାପାର ଓ ସଂଖ୍ୟାଲଘୁ ମନ୍ତ୍ରୀ କିରେନ ରିଜଜୁ । ବାଂଲାଦେଶରେ ଓଡ଼ିଆ ଫଶିବା ନେଇ କରାଯାଇଥିବା ପ୍ରଶ୍ନ ଉପରେ ପ୍ରତିକ୍ରିୟା ଦେଇ ଶ୍ରୀ ରିଜିଜୁ ଏହା କହିଛନ୍ତି ।