କେନ୍ଦ୍ରାପଡ଼ା – ଚାଷୀଙ୍କ ସମସ୍ୟା ନେଇ ଜିଲ୍ଲାପାଳଙ୍କୁ ଭେଟିଲେ ଓଡିଶା କୃଷକ ସଭା କର୍ମକର୍ତା ମଙ୍ଗଳବାର କେନ୍ଦ୍ରାପଡା ଜିଲ୍ଲା ରାଜକନିକା ବ୍ଲକ ଓଡିଶା କୃଷକ ସଭା ପକ୍ଷରୁ ଚାଷୀମାନଙ୍କର ବିଭିନ୍ନ ସମସ୍ୟା ନେଇ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି । ଦାବି ମୁତାବକ ଗତ ବୁଲ୍ବୁଲ୍ ଲଘୁଚାପ ଫଳରେ କନିକା ତହସିଲର ପ୍ରାୟ ୮୭ ହଜାର ୭୨୩ ଏକର ଚାଷଜମି କ୍ଷତିଗ୍ରସ୍ତ ହୋଇଥିଲା । ଚଳିତବର୍ଷ ଏହି ଅଂଚଳରେ ଖରିଫ୍ ଫସଲ ଭଲ ହେଉଥିବାରୁ ମଣ୍ଡିରେ ଧାନ ବିକ୍ରୟ କରି ଚାଷୀମାନେ ଉପକୃତ ହେବାପାଇଁ ପ୍ରଚାର କରାଯାଇଥିଲା । ବହୁ ଚାଷୀ ଅନ୍ ଲାଇନ୍ରେ ନାମ ପଂଜୀକରଣ କରିବାରୁ ବଂଚିତ ହୋଇଛନ୍ତି । ଏହାର ପ୍ରତିକାର ପାଇଁ କୃଷକସଭା ୬ ଦଫା ଦାବି ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ନିକଟରେ ଉପସ୍ଥାପିତ କରି କାର୍ଯ୍ୟାନୁÂାନ ଦାବି କରିଛନ୍ତି । ନାମ ପଂଜୀକରଣ ପାଇଁ ଅନ୍ଲାଇନ୍ ବ୍ୟବସ୍ଥା ଖୋଲା ରଖିବା, ଫସଲର କ୍ଷତିକୁ ଆକଳନ କରି ଋଣ ଛାଡ ଓ ବୀମା ପ୍ରଦାନ, କ୍ଷୁଦ୍ରଚାଷୀ ଓ ଭାଗଚାଷୀଙ୍କୁ ମୁଣ୍ଡପିଛା ୩ କ୍ୱିଂଟାଲ୍ କଟାଣ ନକରି ସଂପୂର୍ଣ୍ଣ ଧାନ କିଣିନେଇ କ୍ଷୁଦ୍ରଚାଷୀ ପରିବାରକୁ ଆର୍ଥିକ ଥଇଥାନ, ଯୋଗାଣ ବିଭାଗ, ମିଲର ଓ ସମବାୟ ସମିତି ଓ ବ୍ୟାଙ୍କ କର୍ତୃପକ୍ଷଙ୍କ ଅବହେଳାରୁ ଅମଳ ଧାନ ଖଳାରେ ପଡି ରହୁଥିବାରୁ ଚାଷୀ ଅଭାବୀ ବିକ୍ରିର ଶିକାର ହେଉଛନ୍ତି । ଏହି ସମସ୍ୟା ପ୍ରତି ଦୃଷ୍ଟି ଦେବାକୁ ଓଡିଶା କୃଷକ ସଭା, ରାଜକନିକା ବ୍ଲକର ସଭାପତି ଦାମୋଦର ଧଳ, ସଂପାଦକ କୃପାସିନ୍ଧୁ ପଣ୍ଡା, ସହ ସଂପାଦକ କୃପାସିନ୍ଧୁ ନାୟକ, ଉପସଭାପତି କୃତିବାସ ଦାସ, ଗଙ୍ଗାଧର ମଲ୍ଲିକ, କାଳି ପ୍ରସାଦ ନାୟକ, ପ୍ରସନ୍ନ ବେହେରା ପ୍ରମୁଖ ଜିଲ୍ଲାପାଳଙ୍କଠାରେ ଦାବି କରିଛନ୍ତି ।
Related Stories
November 24, 2024
November 24, 2024