

ଭଦ୍ରକ – ଆମ ଦେଶରେ ପ୍ରଚଳିତ ଗଣତାନ୍ତ୍ରୀକ ବିଧିବ୍ୟବସ୍ଥା ବିଶ୍ୱରେ ସର୍ବଶ୍ରେÂ । ତେବେ ପ୍ରଚଳିତ ଏହି ବ୍ୟବସ୍ଥା ମଧ୍ୟରେ କ୍ଷମତା ମୋହରେ ଅନ୍ଧ ନହୋଇ ଲୋକଙ୍କ ମତ, ଭାବାବେଗକୁ ସମ୍ମାନ ଦେବା ଉଚିତ । ନଚେତ ଏହି ଶାସନ ବ୍ୟବସ୍ଥା ଉପରୁ ଲୋକଙ୍କ ବିଶ୍ୱାସ ତୁଟିଯିବ । ଫଳରେ ଅରାଜକତା ସୃଷ୍ଟି ହେବ ଓ ଦେଶର ନିରାପତ୍ତା ବିପନ୍ନ ହେବ ବୋଲି ‘ଭଦ୍ରକ ସାଂସ୍କୃତିକ ମହୋସôବ-୨୦୨୦’ର ୬Â ସଂଧ୍ୟାରେ ‘ଗଣତତନ୍ତ୍ରରେ ମାନବୀୟ ମୂଲ୍ୟବୋଧ’ ଶୀର୍ଷକ ଆଲୋଚନାଚକ୍ରରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରାକ୍ତନ ବିଧାୟକ ଓ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଂଚାନନ ମଣ୍ଡଳ କହିଛନ୍ତି । ସମ୍ମାନିତ ଅତିଥି ଭାବେ ସ୍ତମ୍ଭକାର ସଦାନନ୍ଦ ସାହୁ ଯୋଗଦେଇ ଆମ ଦେଶର ଗଣତନ୍ତ୍ର ପ୍ରତି ବିପଦ ସୃଷ୍ଟି କରୁଥିବା ଶକ୍ତିଙ୍କ ପ୍ରତି ସତର୍କ ରହିବାକୁ ଆହ୍ୱାନ ଦେଇଥିଲେ । ଆଇନଜୀବୀ ଗଦାଧର ବଳଙ୍କ ସଭାପତିତ୍ୱ ଓ ପ୍ରିୟଦର୍ଶନ ବୋଇତିଙ୍କ ସଂଯୋଜନାରେ ଉକ୍ତ କାର୍ଯ୍ୟକ୍ରମ ଅନୁÂିତ ହୋଇଥିବାବେଳେ, କମିଟିର ସଭାପତି ରବିନାରାୟଣ ଖିଲାର, ସାଧାରଣ ସମ୍ପାଦକ ଆଶିଶ ଅମିତାଭ ମହାପାତ୍ର, କାର୍ଯ୍ୟକାରୀ ସଭାପତି ଚାରୁଦତ ନାୟକ, ମେଡ଼ିଆ ସେଲ ଅଧ୍ୟକ୍ଷ ଅବିନାଶ ପଣ୍ଡା, ସାଂସ୍କୃତିକ ସଂଯୋଜକ ପ୍ରଭାତ ଜେନା, ସାସ୍କୃତିକ ସମ୍ପାଦକ ବି. ପିତାମ୍ବର ରେଡ୍ଡି, ସହ ସଂମ୍ପାଦିକା ରଶ୍ମିତା ସେଠୀ, ଉପସଭାନେତ୍ରୀ ମନୋରାମା ରାୟ, ସଂଯୁକ୍ତା ମହାନ୍ତି, ଅଂଜନା ମିଶ୍ର, ଚୈତାଳୀ ଖିଲାର, ଜଗବନ୍ଧୁ ବେହେରା, ପ୍ରଶାନ୍ତ ପଣ୍ଡା, ରମେଶ ପାଗଲ, ଶିବାନନ୍ଦ ଦାସ, ଅତିଶ ଦାସ ଉସôବ ପରିଚାଳନାରେ ସହଯୋଗ କରିଥିଲେ । ଶେଷରେ ବିଭିନ୍ନ ସଂଗଠନ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ସହିତ ଗୀତ ସମ୍ରାଟ ପକ୍ଷରୁ ମେଲୋଡ଼ି ପରିବେଷଣ କରାଯାଇଥିଲା ।