ନୂଆଦିଲ୍ଲୀ– ଡାକ୍ତରଙ୍କ ସୁରକ୍ଷାକୁ ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ କଠୋର ହୋଇଛି । ମନ୍ତ୍ରାଳୟ ଶୁକ୍ରବାର ସମସ୍ତ ସରକାରୀ ହସ୍ପିଟାଲ ଓ ମେଡିକାଲ କଲେଜ ପାଇଁ ଏକ କଡା ନିର୍ଦ୍ଦେଶ ଜାରି କରିଛି । ଏହି ନିର୍ଦ୍ଦେଶରେ କୁହାଯାଇଛି ଯେ, ହସ୍ପିଟାଲ ପରିସରରେ କର୍ମଚାରୀ ଓ ସ୍ୱାସ୍ଥ୍ୟ କାର୍ଯ୍ୟକର୍ତାଙ୍କ ବିରୁଦ୍ଧରେ କୌଣସି ବି ହିଂସା ହେଲେ 6ଘଂଟା ମଧ୍ୟରେ ପୋଲିସ ନିକଟରେ ମାମଲା ରୁଜୁ କରାଇବାକୁ ପଡିବ । ଯାହାର ଦାୟିତ୍ୱ ସଂବନ୍ଧିତ ସଂସ୍ଥାର ପ୍ରମୁଖଙ୍କର ହେବ । ଶୁକ୍ରବାର ସ୍ୱାସ୍ଥ୍ୟସେବା ମହାନିର୍ଦ୍ଦେଶାଳୟ ପକ୍ଷରୁ ଜାରି ନିର୍ଦ୍ଦେଶରେ କୁହାଯାଇଛି ଯେ, ଗତ କିଛି ଦିନରେ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କ ସହିତ ହିଂସା ଘଟଣା ସାମ୍ନାକୁ ଆସିଛି । କୌଣସି ପ୍ରକାରର ହିଂସା ଓ ଆକ୍ରମଣ ରିପୋର୍ଟ ସଂସ୍ଥାର ପ୍ରମୁଖଙ୍କୁ 6 ଘଂଟାରେ କରିବାକୁ ପଡିବ ।
Related Stories
November 27, 2024
November 27, 2024