ଭୁବନେଶ୍ୱର– ଦେଶର ୭୮ ତମ ସ୍ୱାଧୀନତା ଦିବସ ଅବସରରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଉଷା ପାଢୀ ଉନ୍ନତି ଭବନ ପରିସରରେ ଆୟୋଜିତ ଏକ ସମାରୋହରେ ଜାତୀୟ ପତାକା ଉଲୋଳନ କରିଥିଲେ। ବରିଷ୍ଠ ଅଧିକାରୀ ଏବଂ ବିଭାଗୀୟ କର୍ମଚାରୀଙ୍କ ଉପସ୍ଥିତିରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।
ଏହି ଅବସରରେ ତାଙ୍କ ପ୍ରେରଣାଦାୟୀ ଅଭିଭାଷଣରେ ଶ୍ରୀମତୀ ପାଢୀ ଏକ ବିକଶିତ ଓଡିଶାର ପାଇଁ ଉତ୍ସର୍ଗୀକୃତ କାର୍ଯ୍ୟ କରିବାକୁ ଅନୁରୋଧ କରିଥିଲେ। ରାଜ୍ୟର ପ୍ରଗତିରେ ସହରାଂଚଳ ବିକାଶର ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ସେ ଗୁରୁତ୍ୱାରୋପ କରି ବିଭାଗର ସମସ୍ତ ସଦସ୍ୟଙ୍କୁ ଏକ ଆଧୁନିକ, ସମୃଦ୍ଧ ତଥା ଆଗାମୀ ଓଡ଼ିଶା ଗଠନରେ ସହଯୋଗ କରିବାକୁ ଅନୁରୋଧ କରିଥିଲେ। ତାଙ୍କ ବକ୍ତବ୍ୟ ସହରାଂଚଳର ଅଭିବୃଦ୍ଧି ତଥା ରାଜ୍ୟର ସହରାଂଚଳରେ ପରିବର୍ତନ କରିବାରେ ବିଭାଗର ନିରନ୍ତର ପ୍ରତିବଦ୍ଧତାକୁ ପ୍ରତିଫଳିତ କରିଥିଲା।