କେଦାରନାଥ– କେଦାରନାଥ ପାଦଚଲା ମାର୍ଗକୁ ଶ୍ରମିକଙ୍କ କଠୋର ପରିଶ୍ରମ ପରେ ମରାମତି କରାଯାଇଛି । ଏହାପରେ କେଦାରନାଥ ପାଦଚଲା ଯାତ୍ରା 15ଦିନ ପରେ ପୁଣି ଆରମ୍ଭ ହୋଇଛି । ଉତରପ୍ରଦେଶ, ଗୁଜରାଟ ଓ ହରିୟାଣାରୁ କିଛି ତୀର୍ଥଯାତ୍ରୀ କେଦାରନାଥ ଧାମରେ ପହଂଚିଛନ୍ତି । କେଦାରନାଥ ଧାମ ପଂହଚୁଥିବା ତୀର୍ଥଯାତ୍ରୀ ମୁଖ୍ୟମନ୍ତ୍ରୀ ଓ ପ୍ରଶାସନଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଜୁଲାଇ 31 ତାରିଖ ରାତିରେ ବର୍ଷା ଯୋଗୁ ଭୂସ୍ଖଳନ ହେବା କାରଣରୁ କେଦାରନାଥ ପାଦଚଲା ରାସ୍ତା ଅନେକ ସ୍ଥାନରେ ଧ୍ୱସ୍ତ ହୋଇଯାଇଥିଲା । ବିପର୍ଯ୍ୟୟରେ 29 କିଲୋମିଟରର ପାଦଚଲା ମାର୍ଗ 29ଟି ସ୍ଥାନରେ କ୍ଷତିଗ୍ରସ୍ତ ହୋଇଥିଲା । ପ୍ରଶାସନ ପ୍ରାଥମିକତାର ସହ ପାଦଚଲା ରାସ୍ତାରୁ ତୀର୍ଥଯାତ୍ରାକୁ ସୁରକ୍ଷିତ ଭାବେ ଆରମ୍ଭ କରିଛି ।
Related Stories
November 23, 2024