ଗଞ୍ଜାମ, ଗଞ୍ଜାମ ଜିଲ୍ଲା ଶେରଗଡ଼ ବ୍ଲକ ଅନ୍ତର୍ଗତ ଶେରଗଡ଼ ଗ୍ରାମର ମୁଖ୍ୟ ବଜାର ଛକ ଠାରୁ ପାଢ଼ିସାହି ହରିଜନ ସାହି ରାସ୍ତାଟି ଆସ୍କା ଦିଗପହଣ୍ଡି ଜାତୀୟ ରାଜପଥ ରାସ୍ତା ସହିତ ମିଶିଛି l ପ୍ରାୟତଃ 200 ମିଟରରୁ ଉର୍ଦ୍ଧ ଲମ୍ବା ରାସ୍ତାଟି,ଶେରଗଡ଼ ସହରକୁ ପାନୀୟ ଜଳ ଯୋଗାଣ ପାଇଁ ପାଇପ ବିଛେଇବା ପରଠାରୁ ସମ୍ପୂର୍ଣ୍ଣ ଖରାପ ହୋଇ ପଡ଼ିରହିଛି l ଜନସାଧାରଣ ଓ ସାହି ବାସିନ୍ଦା ଯିବା ଆସିବାରେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି l ଉକ୍ତ ଦୁଇ ସାହିବାସିନ୍ଦା ସ୍ଥାନୀୟ ପ୍ରଶାସନର ଲିଖିତ ଓ ମୋଖିକ ବାରମ୍ବାର ଦୃଷ୍ଟି ଆକର୍ଷଣ କଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ l ଏହାପରେ ସାହିବାସିନ୍ଦା ସ୍ଥାନୀୟ ପଞ୍ଚାୟତ ଦାୟିତ୍ୱରେ ଥିବା କନିଷ୍ଟ ଯନ୍ତ୍ରୀ ଓ ବିଡ଼ିଓଙ୍କ ଦୃଷ୍ଟି ଆକର୍ଷଣ କରିବା ସହିତ ନିମ୍ନମାନର କାର୍ଯ୍ୟ ହୋଇଥିବାରୁ ପଡ଼ିଥିବା ଫେବର ବାହାର କରିବାକୁ ନିବେଦନ କରିଥିଲେ l ନିମ୍ନମାନର କାର୍ଯ୍ୟ ହୋଇଥିବାରୁ ଫେବର ଗୁଡିକ ବାହାରି ପଡ଼ିଲାଣି, ସାମାନ୍ୟ ବର୍ଷାରେ ବି ସେହି ସ୍ଥାନ ରେ ବର୍ଷାଜଳ ନିଷ୍କାସନ ହୋଇନପାରି ଜମି ରହୁଛି l ବିଡ଼ିଓ ଓ କନିଷ୍ଟ ଯନ୍ତ୍ରୀ ଜମି ରହୁଥିବା ପାଣି ଓ ନିମ୍ନମାନର କାର୍ଯ୍ୟ ଦେଖିବାକୁ ଯାଇଥିବା ବେଳେ ସାହି ବାସିନ୍ଦା ଉଭୟଙ୍କୁ ଦୀର୍ଘ ସମୟ ଘେରାଉ କରି ରଖିବା ସହିତ ଫେବର ବାହାର କରିବା ପାଇଁ ନିଦିଷ୍ଟ ସମୟ ସିମା ଦାବି କରି ଅଡି ବସିଥିଲେ l ଦୁଇ ଚାରି ଦିନ ମଧ୍ୟରେ ବାହାର କରାଯିବ ବୋଲି ବିଡିଓ ପ୍ରତିଶୃତି ଦେବାପରେ ସାହିଲୋକ ବିଡ଼ିଓ ଓ କନିଷ୍ଟ ଯନ୍ତ୍ରୀକୁ ଛାଡିଥିଲେ l କିନ୍ତୁ ବିଡ଼ିଓ ଦେଇଥିବା ସମୟ ଅନୁଯାଇ ଫେବର ନ ବାହାର କରିବାରୁ ପୁଣି ଦୁଇ ସାହିର ଶହେରୁ ଉର୍ଦ୍ଧ ମହିଳା ପୁରୁଷ,ସମ୍ପୃକ୍ତ ସାହିର ୱାର୍ଡ ସଭ୍ୟ ୱାର୍ଡ ସଭ୍ୟା ଏକ ଶୋଭାଯାତ୍ରା କରି ବିଡ଼ିଓଙ୍କ ଅଫିସ ସମ୍ମୁଖରେ ଧାରଣାରେ ବସିଥିଲେ l ବିଡ଼ିଓ ଶିବାଶିଷ ବରାଳ, ବ୍ଲକ ଅଧକ୍ଷ ଶ୍ରୀ କୃଷ୍ଣଚନ୍ଦ୍ର ନାୟକ ଆସି ଧାରଣାରେ ବସିଥିବା ସାହି ବାସିନ୍ଦାଙ୍କ ସହିତ ଆଲୋଚନା କରି ସତର ତାରିଖସୁଧା ଦାବି ମୁତାବକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରତିଶୃତି ଦେବାପରେ ସାହିବାସିନ୍ଦା ଧାରଣରୁ ଉଠିଥିଲେ l ଏହି ଧାରଣାରେ ୱାର୍ଡ ସଭ୍ୟ ଵାଲରାଜୂ ଆଚାରୀ, ସଞ୍ଜୟ କୁମାର ପାତ୍ର. ସମୀର ସେଠି, ସୁନିତା ସେଠି, ରଞ୍ଜିତା ସେଠି,ପାଢ଼ିସାହିର . ଵାଲରାଜୂ ଅଚାରୀ, .ବାବୁଲା ପାତ୍ର, ରାଧାଶ୍ୟାମ ପାଢ଼ୀ,.କାଳିଚରଣ ପାତ୍ର, ହରପ୍ରସାଦ ଆଚାରୀ, ସନ୍ତୋଷ ପାଢ଼ୀ,ତ୍ରିନାଥ ପାଢ଼ୀ, ମନୋରଞ୍ଜନ ପାଢ଼ୀ,ଦମ୍ବୁରୁ ଦାସ, ପିତାମ୍ବର ଦାସ, ନରସିଂହ ଦାସଙ୍କ ସହିତ ପାଢ଼ୀସାହି ଧୋବା, ମୋଚି ବାଉରୀ ସମାଜର କମିଟି ସଭ୍ୟ ମାନେ ଉପସ୍ଥିତ ଥିଲେ l
Related Stories
October 6, 2024
October 6, 2024