ଜୟପୁର– ଓଡିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ (ଓୟୁଏଟି) ଓ ଏକ୍ରିସାଟ , ହାଇଦ୍ରାବାଦର ମିଳିତ ପ୍ରୟାସରେ କୋରାପୁଟ ଜିଲ୍ଲାର ସେମିଲିଗୁଡା ବ୍ଲକ ଅନ୍ତର୍ଗତ ମୁଖ୍ୱିଡ଼େଇ ଡ଼େଇ ଗ୍ରାମଠାରେ ବୁଧବାର ଟ୍ରାକ୍ଟର ଚାଳିତମାଣ୍ଡିଆ ମଞ୍ଜିବୁଣା ଯନ୍ତ୍ରର କ୍ଷେତ୍ର ପ୍ରଦର୍ଶନ ଆୟୋଜନ କରାଯାଇଥିଲା। ସମ୍ପ୍ରତି ଏହି ଅଞ୍ଚଳରେ ରାଷ୍ଟ୍ରୀୟ କୃଷି ବିକାଶଯୋଜନା ପ୍ରକଳ୍ପ ମୁରୋ ମାଧ୍ୟମରେ ଓୟୁଏଟି ଓ ଏକ୍ରିସାଟ ତରଫରୁ ବିଭିନ୍ନ ପୃଷ୍ଟିଶସ୍ୟର ଉତ୍ପାଦନ ବୃଦ୍ଧିପାଇଁଗବେଷଣା ଜାରି ରହିଛି । ଓୟୁଏ ଓୟୁଏଟି ଅନସ୍ଥ ସର୍ବ ଭାରତୀୟ ସମନ୍ୱିତ କୃଷି ଯନ୍ତ୍ରପାତି ଗବେଷଣା ପ୍ରକଳ୍ପ ତରଫରୁ ଏକ ଟ୍ରାକ୍ଟର ଚାଳିତ ନଅ ଧାଡିଆ ମାଣ୍ଡିଆ ମଞ୍ଜିବୁଣା ଯନ୍ତ୍ରର କ୍ଷେତ୍ର ପ୍ରଦର୍ଶନ ଆୟୋଜନ କରା ଯାଇଥିଲା । ଏହା ଦ୍ୱାରାଏକର ପିଛା ୩ କେ. ଜି. ବିହନ ଧାଡିରେ ବୁଣାଯାଇ ପାରିବ। ଏତଦ ବ୍ୟତୀତ ଏକ୍ରିସାଟ ତରଫରୁ ପ୍ରଦର୍ଶିତ ଟ୍ରାକ୍ଟର ଚାଳିତ ଚାରିଧାଡ଼ିଆ ମାଣ୍ଡିଆ ମଞ୍ଜିବୁଣା ଯନ୍ତ୍ର ସାହାଯ୍ୟରେ ଏକର ପିଛା ୨ କେ. ଜି. ବିହନ ଏକ ଏକର ଜମିରେ ବୁଣା ଯାଇ ପାରୁଛି । ଘଣ୍ଟାରେ ଏକ ଏକର ଓ ଏକ ଘଣ୍ଟାରେ ଏକ ଧାଡିରେ ଯାନ୍ତ୍ରିକ ପ୍ରଣାଳୀରେ ମଞ୍ଜିବୁଣିବା ଦ୍ୱାରା ଜମିରେ ସଠିକ ଗଛ ସଂଖ୍ୟା ରହି ଥାଏ ଓ ଉତ୍ପାଦନ ବଢିବାରେ ସହାୟକ ହୁଏ । ପାରମ୍ପରିକ ପଦ୍ଧତି ତୁଳନାରେ, ଏହି ପ୍ରଣାଳୀରେ କମ ଖର୍ଚରେ, କମ ସମୟରେ କମ ପରିଶ୍ରମରେ ମଞ୍ଜି ବୁଣା କାମ କରା କରା ଯାଇ ପାରୁଛି ।ରାଜ୍ୟରେ ପୃଷ୍ଟିଶସ୍ୟ ଫସଲର ଚାଷ ଚାଷ ଆଶାତୀତ ଭାବରେ ବୃଦ୍ଧିପାଇବା ପରେ, ଏହିପରି ଯାନ୍ତ୍ରିକ ପ୍ରଣାଳୀରେ ଧାଡିବୁଣା କାମ କରାଗଲେ ଚାଷୀମାନେ ବିଶେଷ ଭାବରେ ଉପକୃତ ହେବେ ବୋଲି ଉପସ୍ଥିତ ବୁଦ୍ଧିଜୀବିମାନେ ମତ ଦେଇଥିଲେ । ଏହି କାର୍ଯ୍ୟକର୍ମରେ ଜିଲ୍ଲାର ମୁଖ୍ୟ କୃଷି ଅଧିକାରୀ, ସହକାରୀ କୃଷିଯନ୍ତ୍ରୀ ଗଣ, ସ୍ଥାନୀୟ କୃଷି ବିଜ୍ଞାନ କେନ୍ଦ୍ରର ଓ ଆଞ୍ଚଳିକ ଗବେଷଣା କେନ୍ଦ୍ରର ବୈଜ୍ଞାନିକ ଗଣ ଯୋଗଦାନ କରିଥିଲେ । ଆଖପାଖ ଅଞ୍ଚଳରୁ ଶତାଧିକ ଚାଷୀ ଉକ୍ତ କାର୍ଯ୍ୟକ୍ରମରେ ଯୋଗଦାନ କରିବା ସହିତ ମଞ୍ଜିବୁଣା ଯନ୍ତ୍ର ବିଷୟରେ ଜ୍ଞାନ ଅର୍ଜନ କରିଥିଲେ ।
Related Stories
September 19, 2024
September 19, 2024