Odisha, ପଡୋଶୀ ଦେଶ ବଙ୍ଗଳାଦେଶ ରେ ରାଜନୈତିକ ସଙ୍କଟ ପରେ ସେହି ଦେଶରେ ସଂଖ୍ୟାଲଘୁ ହିନ୍ଦୁ ମାନଙ୍କ ଉପରେ ଅତ୍ୟାଚାର ହେଉଥିବା ବିଭିନ୍ନ ଗଣମାଧ୍ୟମ ରେ ପ୍ରକାଶିତ ହେବା ସହ ସାମାଜିକ ଗଣମାଧ୍ୟମ ରେ ବିଭିନ୍ନ ଭିଡିଓ କ୍ଲିପ ଘୁରି ବୁଲୁଛି ।ହିନ୍ଦୁ ମାନଙ୍କ ଉପରେ ନିର୍ଯ୍ୟାତନା ଓ ଅତ୍ୟାଚାର କୁ ବହୁ ହିନ୍ଦୁ ସଂଗଠନ ଓ ସ୍ଥାନୀୟ ଲୋକେ ବିରୋଧ କରୁଛନ୍ତି ।ଓଡିଶା ରେ ଅବାଧ ଓ ବେଆଇନ ଭାବେ ବଙ୍ଗଳାଦେଶ ର ଲୋକେ ଫେରୀବାଲା ନାମରେ ବୁଲୁଛନ୍ତି। ସେମାନଙ୍କ ନା ଆଧାର କାର୍ଡ ଅଛି, ନା ରହିଛି ବାସିନ୍ଦା ପ୍ରମାଣ ପତ୍ର।ଆଜି ବୋରିଗୁମ୍ମା ଠାରେ ବେଆଇନ ଭାବେ ପ୍ରବେଶ କରିଥିବା ବଙ୍ଗଳାଦେଶ ର ନାଗରିକ ମାନଙ୍କୁ ଚିହ୍ନଟ କରି ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ ବିଶ୍ୱ ହିନ୍ଦୁ ପରିଷଦ ଓ ଗ୍ରାମବାସୀ ମାନେ ଥାନା ଅଧିକାରୀ ଓ ତହସିଲଦାର ଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି।ସେମାନେ ଦାବିପତ୍ର ରେ ଉଲ୍ଲେଖ କରିଛନ୍ତି ଯେ କରୋନା ପରବର୍ତୀ ସମୟ ଠାରୁ ଆମ ଅଞ୍ଚଳ ରେ ବହୁ ସଂଖ୍ୟକ ଅଜଣା ଲୋକଙ୍କ ସଂଖ୍ୟା ହଠାତ୍ ବୃଦ୍ଧି ପାଇଛି। ଏହା ମଧ୍ୟ ଆପଣ ଙ୍କ ଅବଗତି ନିମନ୍ତେ ଜଣାଇ ଦେଉଛୁ କି ଏହି ସମୟ ମଧ୍ୟରେ ବୋରିଗୁମ୍ମା ଅଞ୍ଚଳ ରେ ଚୋରି, ରାହାଜାନୀ ଭଳି ଅପରାଧ ମଧ୍ୟ ବଢ଼ି ଚାଲିଛି। ଉପର ଲିଖତ ସଂଦ୍ଗିଧ ବ୍ୟକ୍ତି ମାନେ ଫେରି ବଲା, ମିସ୍ତ୍ରୀ, ଶ୍ରମିକ ହିସାବରେ ଦଳ ଦଳ ହୋଇ ରହି କାମ କରୁଥିବା ଦେଖାଯାଉଛି। ପରବର୍ତ୍ତୀ କାଳରେ ଏହି ଅଞ୍ଚଳ ର ଝିଅ ବହୁ ମାନଙ୍କ ସହ ଅନୈତିକ ସମ୍ବନ୍ଧ ସ୍ଥାପନ କରି ଫେରାର ହୋଇଯାଇଛନ୍ତି କିମ୍ବା ନିରୀହ ଲୋକଙ୍କ ସମ୍ପତ୍ତି ଉପରେ ଅକ୍ତିଆର ଜମାଉଛନ୍ତି । ଏହି ସମ୍ବନ୍ଧରେ ଆମେ ଗ୍ରାମବାସୀ, ତଥା ବିଶ୍ୱହିନ୍ଦୁ ପରିଷଦ ତରଫରୁ, ବହୁବାର ଆପଣଙ୍କ ଠାରେ ଅଭିଯୋଗ କରି ଆସିଛୁ କିନ୍ତୁ ପରିତପ ର ବିଷୟଏହିକି ଯେ ଏହି ଅଭିଯୋଗ ଉପରେ ସେମିତି କିଛି ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ। ଯାହାଦ୍ଵାରା ଏହି ଅଞ୍ଚଳ ବାସିନ୍ଦାଙ୍କ ମନରେ ଅସୁରକ୍ଷିତ ଭାବନା ସହ ପ୍ରତିକ୍ରିୟାଶିଳା ଚିନ୍ତା ବଢ଼ିବାରେ ଲାଗିଛି, ଯାହାକି ଯେକୌଣସି ମୁହୂର୍ଭରେ ବିସ୍ଫୋରକ ରୂପ ନେବାର ଆଶଙ୍କା ରହିଛି। ଅନୁପ୍ରବେଶକାରୀ ଙ୍କୁ ଠାବ କରି, ତୁରନ୍ତ ଗିରଫ କରାଯାଉ। ସଂଦ୍ଗିଧ ଲୋକଙ୍କୁ ପରିଚୟ ମାଗି ସେମାନଙ୍କ ଗତିବିଧି ଉପରେ ନଜର ରଖାଯାଉ। ବାହାରୁ ଆସୁଥିବା ସମସ୍ତ ଫେରିବଲା ଙ୍କ ପରିଚୟ ପତ୍ର ମାଗି, ସେମାନଙ୍କୁ ତଡିପାର କରାଯାଉ।ଅଜଣା ଲୋକଙ୍କୁ ଘରଭଡ଼ା ଦେଉଥିବା ଲୋକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଉ ଓ ଭଡ଼ାଟିଆଙ୍କ ପରିଚୟ ରେଜିଷ୍ଟ୍ରି ଭୁକ୍ତ କରିବାକୁ ବାଧ୍ୟ କରାଯାଉ ।ମାଡ଼ି ବସିଥିବା ଓ ସରକାରୀ ଓ ବ୍ୟକ୍ତିଗତ ସମ୍ପତି ତୁରନ୍ତ ଉଦ୍ଧାର ପାଇଁ କାର୍ଯ୍ୟାନୁଷ୍ଠାନ କରାଯାଉ।ଦାବିପତ୍ର ପ୍ରଦାନ ସମୟରେ ଲିଲୁ ବିଶ୍ବାଳ, ମାନସ ରଥ, ଜେ. ଶ୍ରୀନିବାସ ରାଓ, ନିଷ୍ଫଳ ନାୟକ, ସୌରଭ ନାୟକ, କି.ମୋହନ ଦୋରା, ତ୍ରିପତି ପଟ୍ଟନାୟକ, ବିକ୍ରମ ସୁରଦେଓ, ଆକାଶ ମିଶ୍ର, ଶଙ୍କର ତ୍ରିପାଠୀ ଗ୍ରାମବାସୀ ଉପସ୍ଥିତ ଥିଲେ।
Related Stories
October 6, 2024
October 6, 2024