ଡେରାଡୁନ, ଉତ୍ତରାଖଣ୍ଡରେ ଲଗାତର ବର୍ଷା ଜାରି ରହିଛି । କେଉଁଠି ଭୂସ୍ଖଳନ ତ କେଉଁଠି ବନ୍ୟା ପରିସ୍ଥିତି ସୃଷ୍ଟି ହେଉଛି । ଜାତୀୟ ରାଜପଥ ସବୁଠୁ ଅଧିକ କ୍ଷତିଗ୍ରସ୍ତ ହୋଇଛି । ଅନ୍ୟପଟେ ଚାରିଧାମ ଯାତ୍ରା ପଥରେ ବି ତୀର୍ଥଯାତ୍ରୀଙ୍କ ସମସ୍ୟା ବଢିଛି । ଏଭଳି ପରିସ୍ଥିତିରେ ରାଜ୍ୟରେ ଅଗଷ୍ଟ 15 ଯାଏ ପ୍ରବଳ ବର୍ଷା ନେଇ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ । ଘଡଘଡି ବିଜୁଳି ସହ ବର୍ଷା ହେବାର ସମ୍ଭାବନା ରହିଛି । ପୁଣି ବର୍ଷା ହେଲେ ଅନେକ ଜିଲ୍ଲାରେ ବନ୍ୟା ଓ ଭୂସ୍ଖଳନର ବିପଦ ବଢିପାରେ । ବିଶେଷ କରି ଉତ୍ତରକାଶୀ, ଚମୋଲି, ରୁଦ୍ରପ୍ରୟାଗ, ପିଥୌରାଗଡ, ବାଗେଶ୍ୱର ଜିଲ୍ଲାକୁ ଆଲର୍ଟ କରାଯାଇଛି ।
Related Stories
October 10, 2024