କନ୍ଧମାଳ- ଚଳିତବର୍ଷ ଜଳଛାୟା ବିଭାଗ ପକ୍ଷରୁ ଏମଜିଏନଆରଇଜିଏସ ଯୋଜନାରେ ୫ ହଜାର ଫାର୍ମପଣ୍ଡ ମାଗଣାରେ ଚାଷୀଙ୍କ ଜମିରେ ଖୋଳାଯିବାଲାଗି ନିଷ୍ପତି ହୋଇଥିବା କଥା ପ୍ରକଳ୍ପ ନିଦେ୍ର୍ଧଶକ ଜଳଛାୟା ବିଭାଗ ଶୈଳେନ୍ଦ୍ର ନାଏକ କହିଛନ୍ତି । ହିତାଧିକାରୀଙ୍କ ଆଗ୍ରହ ଓ ଜମିକୁ ଦେଖି ୩୫ ଫୁଟ ଲମ୍ବା ଓ ୩୫ ଫୁଟ ଚଉଡା ସହ ୧୦ ଫୁଟ ଗଭୀର ବିଶିଷ୍ଟ ଓ ୭୦ ଫୁଟ ଲମ୍ବା ଓ ୭୦ ଫୁଟ ଚଉଡା ସହ ୧୦ଫୁଟ ଗଭିର ଫାର୍ମପଣ୍ଡ ମାନ ଖୋଳାଯିବ । ରାଜ୍ୟ ସରକାର ୫ ବର୍ଷରେ ୫ ଲକ୍ଷ ଫାର୍ମପଣ୍ଡ ଖୋଳିବାଲାଗି ଲକ୍ଷ୍ୟ ରଖି ଯୋଜନା ଆରମ୍ଭ କରିଥିବା ସେ କହିଛନ୍ତି । ସେହିପରି ପ୍ରଧାନମନ୍ତ୍ରୀ ସିଂଚାଇ ଯୋଜନାରେ ବର୍ତମାନ ଫୁଲବାଣୀ, ଖଜୁରୀପଡା, ଫିରିଙ୍ଗିଆ, ତୁମୁଡିବନ୍ଧ ଓ ଦାରିଙ୍ଗବାଡି ୫ଟି ବ୍ଲକର କାର୍ଯ୍ୟ ଚାଲିଥିବା ବେଳେ ଅନ୍ୟ ବ୍ଲକ ଗୁଡିକରେ ବିଭାଗ ପକ୍ଷରୁ ଏମଜିଏନଆରଇଜିଏସ ରେ ଫଳବୃକ୍ଷ ରୋପଣ, ଡାଇଭରସନ ୱେଲର ଆଦି ମଧ୍ୟ ନିର୍ମାଣ କରାଯାଉଥିବା ପ୍ରକଳ୍ପ ନିଦେ୍ର୍ଧଶକ ଜଳଛାୟା ଶୈଳେନ୍ଦ୍ର ନାଏକ ଦିଶା ବୈଠକରେ ପ୍ରକାଶ କରିଛନ୍ତି । ସେହିପରି ମହିଳା ସ୍ୱୟଂ ସହାୟିକା ଗୋÂୀ ମାନଙ୍କୁ ୨୫ ହଜାର ଟଙ୍କା ଯାଏଁ ବିନା ସୁଦ୍ଧରେ ଋଣ ମଧ୍ୟ ପ୍ରଦାନ କରାଯାଉଛି ବୋଲି ସେ କହିଛନ୍ତି । ତେବେ, ଆଗାମୀ ଦିନରେ ଅର୍ଥ ଅନୁଦାନ ମିଳିଲେ ଜିଲ୍ଲାରେ ଜଳଛାୟା ବିଭାଗ ପକ୍ଷରୁ ଅଧିକାରୁ ଅଧିକା ଉନ୍ନୟନ ମୂଳକ କାର୍ଯ୍ୟ ମାନ ହାତକୁ ନିଆଯିବ ବୋଲି ପ୍ରକଳ୍ପ ନିଦେ୍ର୍ଧଶକ ଜଳଛାୟା ବିଭାଗ ନାଏକ କହିଛନ୍ତି ।
Related Stories
November 24, 2024
November 24, 2024