ଶିମଲା-ହିମାଚଳ ପ୍ରଦେଶର ମଣ୍ଡି ଜିଲ୍ଲାରେ ଶୁକ୍ରବାର ସକାଳେ ଭୂକମ୍ପ ଝଟ୍କା ଅନୁଭୂତ ହୋଇଛି । ପାଣିପାଗ ବିଭାଗ କେନ୍ଦ୍ର ଶିମଲା ମୁତାବକ ଭୂକମ୍ପର ଝଟ୍କା ସକାଳ 9.53 ମିନିଟରେ ଅନୁଭୂତ ହୋଇଛି । ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ 3.3 ରେକର୍ଡ ହୋଇଛି । ଏହାର କେନ୍ଦ୍ର ମଣ୍ଡିରେ ଭୂପୃଷ୍ଠ ଠାରୁ ପ୍ରାୟ 5 କିଲୋମିଟର ତଳେ ରହିଛି । ମଣ୍ଡି ଜିଲ୍ଲାକୁ ଲାଗିଥିବା ଅଂଚଳରେ ବି ଲୋକେ ଝଟକା ଅନୁଭବ କରିଛନ୍ତି । ତେବେ ଭୂକମ୍ପ କାରଣରୁ କୌଣସି ପ୍ରକାର କ୍ଷୟକ୍ଷତି ହୋଇନାହିଁ । ରାଜ୍ୟରେ 8ଦିନ ମଧ୍ୟରେ ଦ୍ୱିତୀୟ ଥର ଭୂକମ୍ପ ଅନୁଭୂତ ହୋଇଛି ।