କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ,
ପୁରୀ,ସାତଲହଡ଼ି ମଠର ନବୀକରଣ ପାଇଁ ଏକ ସମୀକ୍ଷା ବୈଠକ ଅତିରିକ୍ତ ଜିଲ୍ଲାପାଳ (ପ୍ରୋଟୋକଲ) ନିଳମାଧବ ଭୋଇଙ୍କ ନେତୃତ୍ବରେ ସାତଲହଡି ମଠ ପରିସରରେ ପୂର୍ବାହ୍ନରେ ଅନୁଷ୍ଠିତ ହୋଇଥିଲା। ଓଡିଆ ଭାଗବତର ସ୍ରଷ୍ଠା ଅତିବଡି ଜଗନ୍ନାଥ ଦାସଙ୍କ ସାଧନା ପିଠ ତଥା ସମାଧି ସ୍ଥଳ ଧାର୍ମିକ ଓ ଆଧ୍ୟାତ୍ମିକ ଦୃଷ୍ଟିରୁ ଅନେକ ଗୌରବ ବହନ କରୁଥିବାରୁ ଏହାର ସୁରକ୍ଷା, ଉନ୍ନୟନ ଓ ନବୀକରଣ ଆବଶ୍ୟକ ବୋଲି ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଭୋଇ କହିଥିଲେ।ଅତିବଡି ଜଗନ୍ନାଥ ଦାସ କମିଟିର ସଦସ୍ୟ ଶ୍ରୀ ପ୍ରଫୁଲ୍ଲ ସାମନ୍ତରାୟ ଓ ପ୍ରଫେସର କୈଳାଶ ଚନ୍ଦ୍ର ଟିକାୟତରାୟ ମଠ ର ସଂସ୍କୃତିକ ବୈଭବ ବିଷୟରେ ଶ୍ରୀ ଭୋଇଙ୍କୁ ଅବଗତ କରିବା ସହ ମଠର ପ୍ରାଙ୍ଗଣରେ ଥିବା ଅତିବଡ଼ି ଜଗନ୍ନାଥ ଦାସଙ୍କ ସମାଧି ପୀଠ ସମସ୍ତେ ବୁଲି ଦେଖିଥିଲେ । ଅନ୍ୟ ସଦସ୍ୟମାନଙ୍କ ମଧ୍ୟରେ ପୁରୀ ପୌରପାଳିକା ନିର୍ବାହୀ ଅଧିକାରୀ ଅଭିମନ୍ୟୁ ବେହେରା, ପୁରୀ ତହସିଲଦାର ଅଭିଷେକ ଦାଶ, ଉପଖଣ୍ଡ ଆରକ୍ଷୀ ଅଧିକାରୀ ଆର ଏନ ଭଞ୍ଜ, ଜିଲ୍ଲା ସଂସ୍କୃତି ଅଧିକାରୀ ହେମନ୍ତ ବେହେରା, ଉପଖଣ୍ଡ ସୂଚନା ଓ ଲୋକସଂପର୍କ ଅଧିକାରୀ ପ୍ରଦୀପ୍ତ କୁମାର ସେନାପତି, ପୂର୍ତ୍ତବିଭାଗର SDO ଶ୍ରୀ ଦଳାଇ ପ୍ରମୁଖ ଯୋଗ ଦେଇ ଆଲୋଚନାରେ ଅଂଶଗ୍ରହଣ କରି ଥିଲେ ।
Related Stories
September 16, 2024