
ଭୁବନେଶ୍ୱର– ଯୁବ ଓଡ଼ିଆ ପର୍ବତାରୋହୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସୋସିଆଲ ମିଡିଆ ଏକ୍ସରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ରୁଷ ଏବଂ ୟୁରୋପର ସର୍ବୋଚ୍ଚ ଶିଖର ଏଲବ୍ରସ୍ ପର୍ବତ ଉପରେ ତିରଙ୍ଗା ଉତ୍ତୋଳନ କରିବାର ଅଭିଯାନ ଆରମ୍ଭ କରୁଥିବା ଯୁବ ଓଡିଆ ପର୍ବତାରୋହୀ ବିଭାରାନି ପାତ୍ର, ଶଶି ଭୂଷଣ ମାଝୀ ଏବଂ ରାହୁଲ ପ୍ରଧାନଙ୍କୁ ମୋର ଆଶୀର୍ବାଦ ଏବଂ ଶୁଭେଚ୍ଛା । ମୁଁ ସେମାନଙ୍କ ଉତ୍ସାହ ଏବଂ ସଫଳତା କାମନା କରୁଛି । ସେମାନେ ଓଡିଶା ଏବଂ ଭାରତକୁ ଗୌରବାନିତ୍ୱ କରନ୍ତୁ ବୋଲି କାମନା କରୁଛି ।