ନୂଆଦିଲ୍ଲୀ, ଉପରାଷ୍ଟ୍ରପତି ଜଗଦୀପ ଧନଖଡ ଆଜି ନୂଆଦିଲ୍ଲୀରେ 10ମ ଜାତୀୟ ହସ୍ତତନ୍ତ ଦିବସର ଉଦଘାଟନ କରିବେ । ବିଜ୍ଞାନ ଭବନରେ ଆୟୋଜିତ ଏହି ଭବ୍ୟ କାର୍ଯ୍ୟକ୍ରମରେ କେନ୍ଦ୍ର ବୟନ ଶିଳ୍ପ ମନ୍ତ୍ରୀ ଗିରିରାଜ ସିଂ ଓ ବୈଦେଶିକ ଏବଂ ବୟନ ଶିଳ୍ପ ରାଷ୍ଟ୍ରମନ୍ତ୍ରୀ ପବିତ୍ରା ମାର୍ଗାରେଟ ଉପସ୍ଥିତ ରହିବେ । ବୟନ ଶିଳ୍ପ ମନ୍ତ୍ରାଳୟ ମୁତାବକ ସମାରୋହରେ ହସ୍ତତନ୍ତ ବୁଣାକାରଙ୍କୁ ସନ୍ଥ କବିର ପୁରସ୍କାର ଓ ଜାତୀୟ ହସ୍ତତନ୍ତର ପୁରସ୍କାର ପ୍ରଦାନ କରାଯିବ । ପୁରସ୍କାର କ୍ୟାଟଲଗ ଓ କଫି ଟେବୁଲ ବୁକ୍-ପରମ୍ପରା-ଭାରତର ହସ୍ତତନ୍ତରର ପରମ୍ପରାରେ ସ୍ଥିରତାର ଉନ୍ମୋଚନ କରିବେ ଉପରାଷ୍ଟ୍ରପତି ।