ଦିଲ୍ଲୀ– ଟାଟା ନେତୃତ୍ୱାଧୀନ ଏୟାର ଇଣ୍ଡିଆ ଏୟାରଲାଇନ ବୁଧବାର ସକାଳେ ନୂଆଦିଲ୍ଲୀରୁ ବାଂଲାଦେଶର ରାଜଧାନୀ ଢାକା ମଧ୍ୟରେ ଏକ ସ୍ୱତନ୍ତ୍ର ଉଡାଣର ସଂଚାଳନ କରିଛି, ଯେଉଁଥିରେ 6ଜଣ ପିଲାଙ୍କ ସମେତ 205ଜଣ ଲୋକ ଭାରତ ଆସିଛନ୍ତି । ଔପଚାରିକ ସୂତ୍ର ମୁତାବକ ଏ 321 ନିୟୋ ବିମାନରୁ ସଂଚାଳିତ ଏୟାର ଇଣ୍ଡିଆର ଚାର୍ଟର୍ଡ ଉଡାଣ ମଙ୍ଗଳବାର ବିଳମ୍ବିତ ରାତିରେ ଢାକାରୁ ବାହାରିଥିଲା, ଏଥିରେ 6ଜଣ ପିଲା ଓ 199 ବୟସ୍କଙ୍କ ସହିତ 205 ଲୋକଙ୍କୁ ଭାରତ ଅଣାଯାଇଛି । ଏୟାର ଇଣ୍ଡିଆ ଢାକା ଏୟାରପୋର୍ଟରେ ଭିତ୍ତିଭୂମି ଢାଂଚା ସଂପର୍କୀୟ ଚ୍ୟାଲେଂଜ ସତ୍ତ୍ୱେ ଏହି ବିଶେଷ ଉଡାଣର ସଂଚାଳନ କରିଛି ।
Related Stories
November 27, 2024
November 27, 2024