ଭୁବନେଶ୍ୱର, ଆଜି ଲୋକସେବା ଭବନରେ ହେବ ମୁଖ୍ୟମନ୍ତ୍ରୀ ଓ ନୀତି ଆୟୋଗ ସିଇଓଙ୍କ ମଧ୍ୟରେ ସାକ୍ଷାତ ହେବାର କାର୍ଯ୍ୟକ୍ରମ ରହିଛି । ଆଜି ଅପରାହ୍ନ ରେ ମୁଖ୍ୟମନ୍ତ୍ରୀ ମୋହନ ମାଝିଙ୍କୁ ନୀତି ଆୟୋଗ ସିଇଓ ବିଭିଆର ସୁବ୍ରମଣ୍ୟମ୍ ଭେଟିବେ । ଏହି ଅବସରରେ ଓଡ଼ିଶାକୁ ନେଇ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହେବ ବୋଲି ଅନୁମାନ କରାଯାଉଛି ।
ଉଲ୍ଲେଖନୀୟ ଯେ ନିକଟରେ ଦିଲ୍ଲୀରେ ଅନୁଷ୍ଠିତ ନୀତି ଆୟୋଗ ବୈଠକରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ରାଜ୍ୟ ପାଇଁ ଅନେକ ଦାବି କରିଥିଲେ । ଏ ଦିଗରେ ବି ଚର୍ଚ୍ଚା ହୋଇପାରେ । ଏହି ଭେଟ ସମୟରେ ଅନେକ ମନ୍ତ୍ରୀ ଓ ବିଭାଗୀୟ ଅଧିକାରୀ ଉପସ୍ଥିତ ରହିବେ ।