ଗଞ୍ଜାମ, ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ମଥୁରା ଗ୍ରାମରେ ଗତକାଲି ରାତିରେ ଏକ ବଡ ଧରଣର ଚୋରି ହୋଇଛି । ଘରେ କେହି ନଥିବା ବେଳେ ଗତକାଲି ବିଳମ୍ବିତ ରାତିରେ ଦୁର୍ବୃତମାନେ କବାଟ ତାଡ଼ି ଘରେ ପଶିବା ସହ ଘରେ ଥିବା ୬ ଭରି ରୂପା ଓ ୧୨ ଭରି ଓଜନର ସୁନା ଅଳଙ୍କାର ଲୁଟ୍ କରିଥିବା ଅଭିଯୋଗ ହୋଇଛି । ଯାହାର ଆନୁମାନିକ ମୂଲ୍ୟ ୭ ଲକ୍ଷ ଟଙ୍କା ହେବ । ଏଥିସହ ୫୦ ରୁ ୬୦ ହଜାର ନଗଦ ଟଙ୍କା ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି । ଅଭିଯୋଗକୁ ଭିତି କରି ଖଲ୍ଲିକୋଟ ପୋଲିସ ଘଟଣାସ୍ଥଳରେ ପହଂଚି ଛାନଭିନ୍ ଆରମ୍ଭ କରିଛି ।
Related Stories
January 17, 2025
January 17, 2025