କନ୍ଧମାଳ, ଓଡ଼ିଶା ରାଜ୍ୟ ସତ୍ୟ ସାଇ ସଂଗଠନ ଦ୍ଵାରା ରାଜ୍ୟର ୩୫ ଟି ଜିଲ୍ଲା ଜୋନରେ ବିଭକ୍ତ ସମସ୍ତ ଜିଲ୍ଲା ଠାରୁ ଗ୍ରାମ ପର୍ଯ୍ୟନ୍ତ ପ୍ରାୟ ଦଶ ହଜାର ଗ୍ରାମ ସତ୍ୟ ସାଇ ବାବାଙ୍କ ପାଦୁକା ଯାତ୍ରା ପରିକ୍ରମା କରିବା କାର୍ଯ୍ୟକ୍ରମ ରହିଛି । ଏହି କାର୍ଯ୍ୟକ୍ରମରେ ଗତ ଜୁଲାଇ ୪ ତାରିଖ ଦିନ କନ୍ଧମାଳ ଜିଲ୍ଲାର ଚକାପାଦ ସ୍ଥିତ ସ୍ବାମୀ ଲକ୍ଷ୍ନାଣନନ୍ଦ ସରସ୍ଵତୀଙ୍କ ଆଶ୍ରମରେ ଏହି ପାଦୁକା ଯାତ୍ରା ପହଞ୍ଚିଛି। ଗଞ୍ଜାମ ଜିଲ୍ଲାରୁ ପ୍ରାୟ ଶତାଧିକ ଭକ୍ତଙ୍କ ଗହଣରେ ୪୨ ଦିନ ବିଭିନ୍ନ ଗ୍ରାମ ପରିକ୍ରମା ସାରି ଏଠାରେ ପହଞ୍ଚିଥିଲା ଏହି ଯାତ୍ରା । ଏହାକୁ କନ୍ଧମାଳ ଜିଲ୍ଲାର ସତ୍ୟସାଇ ସେବା ସଙ୍ଗଠନ ଭକ୍ତମାନେ ଭବ୍ୟ ସ୍ଵାଗତ କରିଥିଲେ। ଏହି ରଥ ଆଗାମୀ ୧୯ ତାରିଖ ପର୍ଯ୍ୟନ୍ତ ଜିଲ୍ଲାର ୧୨ ଟି ବ୍ଲକ୍ ର ସମସ୍ତ ଗ୍ରାମ ପରିଦର୍ଶନ କରିବା ସତ୍ୟସାଇ ସଙ୍ଗଠନ ମୂଳ ଲକ୍ଷ୍ୟ ଏହି ପଦଯାତ୍ରା କନ୍ଧମାଳ ଜିଲ୍ଲା କମିଟିକୁ ହସ୍ତାନ୍ତର କରିବା ସମୟରେ ଭାବ ବିହ୍ୱଳିତ ପରିବେଶ ସୃଷ୍ଟି ହୋଇଥିଲା । ଚକାପାଦ ଗ୍ରାମର ହଜାର ହଜାର ଭକ୍ତ ଉପସ୍ଥିତ ରହି ଶଙ୍ଖ ହୁଳହୁଳି ସହିତ ଏହି ଯାତ୍ରାକୁ ସ୍ଵାଗତ କରିବା ସହିତ ପ୍ରସାଦ ସେବନ ର ବ୍ୟବସ୍ଥା କରିଥିଲେ।
ଏହି ସ୍ଵାଗତ ସମାରୋହ କାର୍ଯ୍ୟକ୍ରମରେ ଜିଲ୍ଲା ସତ୍ୟ ସାଇ ସଙ୍ଗଠନ ସଭାପତି ମଧୁସୂଦନ ମହାପାତ୍ର, ପୂର୍ବତନ ସଭାପତି ବି ଭି ନାରାୟଣ, ଆବାହକ ବ୍ୟମକେଶ ତ୍ରିପାଠୀ, ରାଜୀବ ନେତ୍ର ପଟ୍ଟନାୟକ, ପ୍ରମୋଦ କୁମାର ପତି, ବନମାଳୀ ପଣ୍ଡା, ସାଇ ରାମ୍ ପାତ୍ର, ବି ଭି ଶଙ୍କର , ମାଲେଶ୍ଵର୍ ପାତ୍ର , ଉପେନ୍ଦ୍ର ମହାନ୍ତି, ମାନେଶ୍ଵର ପାଣ୍ଡେ, ରାଜଲକ୍ଷ୍ମୀ ପଟ୍ଟନାୟକ ବି ଲକ୍ଷ୍ମୀ, ପୁଷ୍ପାଞ୍ଜଳି ପଟ୍ଟନାୟକ , ଦେବସ୍ମିତା ସାହୁ, ବି ଅଙ୍କିତା , ଦିପିତିମୟୀ ପତ୍ର, ସୁରେନ୍ଦ୍ର ସାହୁ ଓ ରମେଶ ଜେନା ପ୍ରମୁଖ ଯୋଗ ଦେଇଥିଲେ। ଭାରତୀୟ ପରମ୍ପରା ଅନୁଯାୟୀ ଦିର୍ଘ ବର୍ଷ ଧରି ହିନ୍ଦୁ ସଂସ୍କୃତି ଅନୁଯାୟୀ ପାଦୁକା ପୂଜା ପ୍ରଥା ପ୍ରଚଳିତ ରହି ଆସିଛି।ଭଗବାନଙ୍କ ଓ ଗୁରୁଜନଙ୍କ ପାଦ ଛୁଇଲେ ଆଶ୍ରିବାଦ ମିଳିଥାଏ। ଏହାକୁ ସାର୍ବଜନୀନ କରି ସାମାଜରେ ପରିବର୍ତ୍ତନ ଆଣିବା ଏହି ଯାତ୍ରାର ମୂଳ ଉଦ୍ଦେଶ୍ୟ।