
ମାଲକାନଗରି– ଲଗାଣବର୍ଷାରେ ଆଜି ସକାଳୁ ବେହାଲ ହୋଇଯାଇଛି ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଳକ ର ବଣ୍ତାଘାଟି। ବର୍ଷାରେ ପୁଣି ଧସିଛି ବଣ୍ତାଘାଟିରେ ମାଟି ପାହାଡ଼। ବଣ୍ତାଘାଟିର ମାଙ୍କଡଝୋଲା ଠାରେ ଏପରି ଭୟଙ୍କର ଘଟଣା ଦେଖିବାକୁ ମିଳିଛି। ପୂର୍ବରୁ ମଧ୍ୟ ପାହାଡ ଧସିଥିବାର ଘଟଣା ସାମ୍ନାକୁ ଆସିଥିଲା। ଏବେ ପୁଣି ଲଗାଣବର୍ଷାରେ ଆଉଥରେ ପାହାଡ଼ରୁ ମାଟି ଧୋଇ ହୋଇ ରାସ୍ତାରେ ପଡିଛି। ଫଳରେ ବଣ୍ତାଘାଟିକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇପଡିଛି। ମାଙ୍କଡଝୋଲା ନିକଟ ପାହାଡରୁ ମାଟି ଧସିବା ଏହି ଭୟଙ୍କର ଦୃଶ୍ୟ ଏବେ ପୁଣି ସାମ୍ନାକୁ ଆସିଛି। ମୁଦୁଲିପଡା ଓ ଅଣ୍ତାହଲର ୨ ପଞ୍ଚାୟତର ଲୋକଙ୍କ ପାଇଁ ଯୋଗାଯୋଗ ଠପ୍ ହୋଇପଡିଛି।