ଭୁବନେଶ୍ୱର, ଅନୁଚ୍ଛେଦ 370 ସମାପ୍ତ ହେବାର 5ବର୍ଷ ପୂର୍ତ୍ତି ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ । ସୋସିଆଲ ହ୍ୟାଣ୍ଡେଲରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ମାନନୀୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ କୁଶଳ ନେତୃତ୍ୱରେ 2019ରେ ଆଜିର ଦିନରେ ଧାରା 370 ସମାପ୍ତ ହୋଇଥିଲା ଏବଂ ସମ୍ପୂର୍ଣ୍ଣ ଭାବେ ଭାରତରେ ଗୋଟିଏ ବିଧାନ, ଗୋଟିଏ ଚିହ୍ନ ଓ ଗୋଟିଏ ପ୍ରଧାନର ବ୍ୟବସ୍ଥା ସ୍ଥାପିତ ହେବାର 5ବର୍ଷ ପୂରଣ ଅବସରରେ ସମସ୍ତ ଦେଶବାସୀଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ।