
ଭୁବନେଶ୍ୱର, ମୁଁ ପିସିସି ସଭାପତି ଦୌଡରେ ନାହିଁ । ଦିଲ୍ଲୀରୁ ଫେରିବା ପରେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନିପତି ଏହା କହିଛନ୍ତି । ସେ କହିଛନ୍ତି ଯେ, ପିସିସି ସଭାପତି ପାଇଁ କେବେ ହେଲେ ଇଚ୍ଛୁକ ନଥିଲି। ହାଇକମାଣ୍ଡ ଯାହାକୁ ସଭାପତି କରିବେ ସେଥିରେ ମୁଁ ରାଜି। ମୋର ଅଧିକାର ଥିଲା ବିଧାନସଭାରେ କଂଗ୍ରେସ ବିଧାୟକ ଦଳର ନେତା ହେବା ପାଇଁ। କିନ୍ତୁ ହେଲି ନାହିଁ। ବ୍ୟକ୍ତିଗତ କାମରେ ମୁଁ ଦିଲ୍ଲୀ ଯାଇଥିଲି। ପିସିସି ସଭାପତି ଦୌଡରେ ନାହିଁ। କାହାକୁ ଅନୁରୋଧ କରି ମୋର ହେବାର ନାହିଁ। କଂଗ୍ରେସର କୋଉ ଗ୍ରୁପରେ ମୁଁ ନାହିଁ।