ଭଦ୍ରକ– ଶ୍ରାବଣର ତୃତୀୟ ସୋମବାରରେ ଆଜି ଭଦ୍ରକ ଆଖଣ୍ଡଳମଣିଙ୍କ ଠାରେ ଜଳଲାଗି କରିଛନ୍ତି ହଜାର ହଜାର ସଂଖ୍ୟାରେ କାଉଡ଼ିଆ । ଶାନ୍ତି ଶୃଙ୍ଖଳାର ସହିତ ବ୍ୟାରିକେଡ୍ ରେ ଯାଇ ବାବାଙ୍କ ଜଳାଭିଶେକ କରିଛନ୍ତି ଭକ୍ତ । ଶ୍ରାବଣ ସୋମବାର ପାଇଁ ଆଜି ସକାଳୁ ବାବାଙ୍କ ପହୁଡ଼ ଶୀଘ୍ର ଖୋଲାଯାଇଥିଲା । ମଙ୍ଗଳଆଳତୀ, ପରେ ପହୁଡ଼ ଖିଆ ନୀତି ସମ୍ପନ୍ନ ହୋଇଥିଲା । ଏହାପରେ ଭକ୍ତଙ୍କ ଉଦ୍ଦେଶ୍ୟରେ ସାହାଣମେଲା ଦର୍ଶନ ଆରମ୍ଭ ହୋଇଥିଲା । ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ପୀଠରେ ବ୍ୟାପକ ପୋଲିସ ମୁତୟନ କରାଯାଇଛି ।
Related Stories
December 9, 2024