ଜୟପୁର, ଆଜି ଶ୍ରାବଣ ମାସ ତୃତୀୟ ସୋମବାର ଅବସରରେ ବୋଲ ବମ୍, ହରହର ବମ୍ ଧ୍ଵନିରେ କମ୍ପୁଛି ଦକ୍ଷିଣ ଓଡ଼ିଶାର ପ୍ରସିଦ୍ଧ ଗୁପ୍ତେଶ୍ଵର ପୀଠ । କାନ୍ଧରେ କାଉଡ଼ି, ଦେହରେ ଗେରୁଆ ବସ୍ତ୍ର ପରିଧାନ କରି ତୁଣ୍ଡରେ ହର ହର ମହାଦେବ ନାମ ନେଇ ଗୁପ୍ତେଶ୍ଵର ପୀଠକୁ ଛୁଟି ଆସିଛନ୍ତି ହଜାର ହଜାର ସଂଖ୍ୟାରେ କାଉଡିଆ ଭକ୍ତ । ଜିଲ୍ଲା ଏବଂ ବାହାର ଜିଲ୍ଲାରୁ ଆସି ଶୈବ ପୀଠରେ ଜଳଲାଗି କରିଛନ୍ତି କାଉଡିଆ ଭକ୍ତ । ମନ୍ଦିରରେ ଭିଡ଼କୁ ଦୃଷ୍ଟିରେ ରଖି ଗତକାଲି ବିଳମ୍ବିତ ରାତିରୁ ପହଡ ଖୋଲାଯାଇ ମଙ୍ଗଳ ଆଳତୀ ଓ ଅବକାଶ ନୀତି କରାଯିବା ପରେ ଭକ୍ତଙ୍କ ପାଇଁ ସାହାଣ ମେଲା ଦର୍ଶନ ଆରମ୍ଭ ହୋଇଛି । ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି କାଉଡିଆ ଓ ଭକ୍ତଙ୍କ ପାଇଁ ଧାଡି ବ୍ୟବସ୍ଥା କରାଯାଇଛି । ମହାଦେବଙ୍କ ଉପରେ ଜଳ ଢାଳି ନିଜ ମାନସିକ ପୂର୍ଣ୍ଣ କରିଛନ୍ତି କାଉଡ଼ିଆ । କାଉଡ଼ିଆମାନେ ଶୃଙ୍ଖଳିତ ଭାବେ ଜଳ ଲାଗି କରିବା ସହ ସୁରୁଖୁରୁରେ ବାବା ଗୁପ୍ତେଶ୍ଵରଙ୍କ ଦର୍ଶନ କରିବା ପାଇଁ ପୋଲିସ ଓ ଦେବତର ବିଭାଗ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି ।
Related Stories
November 22, 2024