ପାଟଣା, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଉପରେ ଉଦ୍ଧବ ଠାକରେଙ୍କ ଟିପ୍ପଣୀର ଜବାବ ଦେଇଛନ୍ତି କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ । ରବିବାର ପାଟଣାରେ ପହଂଚିଥିବା କେନ୍ଦ୍ର ଗୃହରାଷ୍ଟ୍ର ମନ୍ତ୍ରୀ ନିତ୍ୟାନନ୍ଦ ରାୟ କହିଛନ୍ତି ଯେ, ଅମିତ ଶାହ ସେହିମାନଙ୍କର ଶତ୍ରରୁ ଅଟନ୍ତି ଯେଉଁମାନେ ଦେଶର ଶତ୍ରରୁ ଅଟନ୍ତି । ଉଦ୍ଧବ ଠାକରେ କଂଗ୍ରେସର ସ୍କ୍ରିପ୍ଟ ବଢୁଛନ୍ତି ଏବଂ ଲଗାତର ଭାବେ ହିନ୍ଦୁଙ୍କୁ ଆଘାତ ପହଂଚାଉଛନ୍ତି । ସାହେବ ଠାକରେଙ୍କ ଆତ୍ମାକୁ ଆଘାତ ପହଂଚାଉଛନ୍ତି । ଗତ ଅଗଷ୍ଟ ତିନି ତାରିଖରେ ପୁଣେରେ ଏକ ରାଲିକୁ ସଂବୋଧିତ କରି ଶିବସେନା (ୟୁବିଟି) ମୁଖ୍ୟ ଉଦ୍ଧବ ଠାକରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଟାର୍ଗେଟ କରିଥିଲେ । ଉଦ୍ଧବ ଠାକରେ ଅମିତ ଶାହଙ୍କୁ ଅହମଦ ଶାହ ଅବଦାଲୀଙ୍କ ରାଜନୈତିକ ବଂଶଜ ବୋଲି କହିଥିଲେ । ଆଜିଠୁ ମୁଁ ଅମିତ ଶାହଙ୍କୁ ଅବଦାଲୀ କହିବି । ଯଦି ସିଏ ମୋତେ ନକଲି ସନ୍ତାନ କହିବେ, ତେବେ ମୁଁ ତାଙ୍କୁ ଅବଦାଲି କହିବି । ଉଦ୍ଧବଙ୍କ ଏହି ବୟାନକୁ ନେଇ ବିଜେପି ଟାର୍ଗେଟ କରିଛି ।