
ମୁମ୍ବାଇ, ପୁଣେରେ ରବିବାର ସକାଳେ ହୋଇଥିବା ମୂଷଳଧାରାରେ ବର୍ଷା ଓ ଖଡକୱାସଲା ବନ୍ଧରୁ ମୁଥା ନଦୀକୁ ପାଣି ଛଡାଯିବା ଯୋଗୁ ତଳୁଆ ଅଂଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ସିଂହଗଡ, ଏକତା ନଗର ଆଦି ଅଂଚଳର ଅନେକ ସୋସଇଟିରେ ବନ୍ୟା ପାଣି ପ୍ରବେଶ କରିଛି । ଏହି ଅଂଚଳରେ ବନ୍ୟା ପ୍ରଭାବିତଙ୍କୁ ବାହାର କରିବା ପାଇଁ ଭାରତୀୟ ସେନାର 105 ଯବାନଙ୍କୁ ନିୟୋଜିତ କରାଯାଇଛି । ପୁଣେରେ ବନ୍ୟା ପ୍ରଭାବିତ ଲୋକଙ୍କୁ ଏନଡିଆରଏଫ ଓ ଏସଡିଆରଏଫ ଟିମ ସହାୟତା କରୁଛନ୍ତି ।