ପ୍ୟାରିସ, ବର୍ଷାରେ ଡୁବିଥିବା ଆଲୋକିତ ସହର ପ୍ୟାରିସ 33ତମ ଅଲମ୍ପିଆଡର ଉତ୍ସବରେ ରାତିରେ ଝଲସିଉଠିଛି । ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମେକ୍ରାନ ମୁଖ୍ୟ ଷ୍ଟାଡିୟମ ବାହାରେ ପ୍ରଥମ ଥର ଆୟୋଜିତ ଉଦଘାଟନ ସମାରୋହକୁ ଔପଚାରିକ ଭାବେ ପ୍ୟାରିସ ଅଲମ୍ପିକ ଆରମ୍ଭ ହେବାର ଘୋଷଣା କରିଥିଲେ । ମେକ୍ରାନ ପ୍ୟାରିସରେ ଶେଷ ଥର ଅଲମ୍ପିକର ଆୟୋଜନର ଠିକ୍ ଶହେ ବର୍ଷ ପରେ ଖେଳର ଶୁଭାରମ୍ଭ କରି କହିଛନ୍ତି ଯେ, ମୁଁ ଆଧୁନିକ ଯୁଗର 33ତମ ଅଲମ୍ପିୟାଡର ଉତ୍ସବ ମନାଇ ପ୍ୟାରିସରେ ଖେଳର ଉଦଘାଟନର ଘୋଷଣା କରୁଛି । ଏହାସହିତ ସିନ୍ ନଦୀ ଉପରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସହିତ ଅଲମ୍ପିକର ଶୁଭାରମ୍ଭ ହୋଇଛି । ଲେଡି ଗାଗାଙ୍କ ପ୍ରସ୍ତୁତିର ଉଦଘାଟନ ସମାରୋହକୁ ଆହୁରି ରଙ୍ଗୀନ କରିଥିଲା । 205 ଦେଶର ଖେଳାଳି ସିନ ନଦୀ ଉପରେ ନୌକା ପରେଡରେ ଭାଗ ନେଇଥିଲେ । ସର୍ବପ୍ରଥମେ ଗ୍ରୀସ ଟିମ ଆସିଥିଲେ ପୁଣି ଅନ୍ୟ ଦେଶର ଖେଳାଳି ବୋଟ ପରେଡରେ ଦର୍ଶକଙ୍କ ଅଭିବାଦନ କରିଥିଲେ । ସର୍ବପ୍ରଥମେ ପିଲା ଅଲମ୍ପିକ ମଶାଲ ନେଇକରିଆସିଥିଲେ । ଏହାପରେ ବୋଟ ପରେଡ ଆରମ୍ଭ ହୋଇଥିଲା ।
Related Stories
November 23, 2024