
ଗଂଜାମ, ଭାରତ ସରକାରଙ୍କ ନିୟନ୍ତ୍ରଣାଧିନ ଜୀବନ ବୀମା ସଂସ୍ଥା ଏଲଆଇସି ଉପରୁ ଗ୍ରାହକ ଓ ପଲିସିଧାରୀଙ୍କ ଆସ୍ଥା ବିଶ୍ଵାସ କ୍ରମଶଃ ତୁଟିବାକୁ ବସିଲାଣି। ପଲିସିଧାରୀଙ୍କ ମେଚୁରିଟ ହୋଇସାରିଥିଲେ ମଧ୍ୟ ସେମାନେ ବଣ୍ଡ ଓ ଆବଶ୍ଯକ ପ୍ରମାଣପତ୍ର ଦୀର୍ଘ ଦିନ ହେଲା ଏଲଆଇସି କାର୍ଯ୍ୟାଳୟରେ ଦାଖଲ କରିଥିଲେ ମଧ୍ୟ ସେମାନେ ଟଙ୍କା ପାଇନଥିବାରୁ ନୈରାଶ୍ଯ ପ୍ରକାଶ କରିଛନ୍ତି । ଏଣୁ ତୁରନ୍ତ ଓଡିଶା ରାଜ୍ୟ ରେଜିଓନାଲ ପରିଚାଳକ ଘଟଣାର ତଦନ୍ତ କରି ବହ୍ମପୁର ଅଂଚଳର ମେଚୁରିଟ ହୋଇଥିବା ପଲିସିଧାରୀଙ୍କ ଟଙ୍କା ଫେରସ୍ତ କରିବା ପାଇଁ ସାଧାରଣରେ ଦାବି ହେଉଛି ।