
ନୂଆଦିଲ୍ଲୀ-ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କାରଗିଲ ବିଜୟ ଦିବସର 25ତମ ବର୍ଷ ପୂରାଣୀ ଅବସରରେ ଆଜି ସକାଳେ 1999 ମସିହାର ଏହି ଯୁଦ୍ଧରେ ସୈନିକଙ୍କ ବଳିଦାନକୁ ସ୍ମରଣ କରିଛନ୍ତି । ସେ ଏକ୍ସ ହ୍ୟାଣ୍ଡେଲରେ କହିଛନ୍ତି ଯେ, ଆଜି କାରଗିଲ ବିଜୟ ଦିବସର 25ତମ ବର୍ଷ ପୂରାଣୀ ଅବସରରେ ଆମେ ସେହି ବାହାଦୁର ସୈନିକଙ୍କ ଅଦମ୍ୟ ଭାବନା ଓ ସାହସକୁ ସ୍ମରଣ କରୁଛୁ, ଯେଉଁମାନେ 1999ର ଯୁଦ୍ଧ ସାହସର ସହ ଲଢିଥିଲେ । ସେମାନଙ୍କ ଅତୁଟ ପ୍ରତିବଦ୍ଧତା, ବୀରତା ଓ ଦେଶଭକ୍ତି ସୁନିଶ୍ଚିତ କରିଛି ଯେ, ଆମର ଦେଶ ସୁରକ୍ଷିତ ରହୁ । ସେମାନଙ୍କ ସେବା ଓ ବଳିଦାନ ଆମ ଭାରତୀୟ ଓ ଆମର ଆଗାମୀ ପିଢିକୁ ପ୍ରେରଣା ଦେଉଥିବ । ଉଲ୍ଲେଖନୀୟ ଯେ, ଭାରତୀୟ ସେନା କାରଗିଲର ଯୁଦ୍ଧରେ ପାକିସ୍ତାନକୁ ପରାସ୍ତ କରି 1999 ମସିହା ଜୁଲାଇ 26ରେ ବିଜୟ ପ୍ରାପ୍ତ କରିଥିଲେ । ଏହି ଯୁଦ୍ଧ ପ୍ରାୟ 2ମାସ ଧରି ଲଢାଯାଇଥିଲା ।