
କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ,
ଭଗବତପାଦ ଆଦି ଶଙ୍କରାଚାର୍ଯ୍ୟଙ୍କ ଦ୍ୱାରା ପ୍ରତିଷ୍ଠିତ ପୂର୍ବାମ୍ନାୟ ଗୋବର୍ଦ୍ଧନ ମଠ, ଶଙ୍କରାଚାର୍ଯ୍ୟ ପୀଠରେ ଆଷାଢ଼ ପୂର୍ଣିମା ଅବସରରେ ରବିବାର ଦିନ “ଗୁରୁପୂର୍ଣିମା “ମହୋତ୍ସବ ପାରମ୍ପରିକ ରୀତିନୀତିରେ ମହାଆଡ଼ମ୍ବରରେ ପାଳିତ ହୋଇ ଯାଇଛି । ପ୍ରାତଃ ୮ଟାରୁ ଦିନ ୧୨ଟା ପର୍ଯ୍ୟନ୍ତ ପୀଠର ପୂର୍ବାଚାର୍ଯ୍ୟ ମାନଙ୍କର ପୂଜନ ଏବଂ ଭକ୍ତମାନଙ୍କର ଶଙ୍କରାଚାର୍ଯ୍ୟଙ୍କୁ ପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଅପରାହ୍ନ ୫ ଘଟିକାରୁ ରାତ୍ର ୮ ଘଟିକା ପର୍ଯ୍ୟନ୍ତ ଭଗବତପାଦ ଶଙ୍କରାଚାର୍ଯ୍ୟ ସ୍ଵାମୀ ନିଶ୍ଚଳାନନ୍ଦ ସରସ୍ୱତୀ ମହାରାଜଙ୍କ ପୌରୋହିତ୍ୟରେ ଗୋବର୍ଦ୍ଧନମଠ ଭାଗବତ ଭବନରେ ଏକ ଧର୍ମସଭା ଅନୁଷ୍ଠିତ ହୋଇଥିଲା ।
ଏହି କାର୍ଯ୍ୟକ୍ରମରେ ଓଡିଶା ର ରାଜ୍ୟପାଳ ରଘୁବର ଦାସ ଏବଂ ଭାରତର ୧୫ଟି ରାଜ୍ୟରୁ ଭକ୍ତବୃନ୍ଦ ଓ ପ୍ରତିନିଧୂମାନେ ଯୋଗ ଦେଇଥିଲେ ।