
ଭୁବନେଶ୍ୱର/କୁଚିଣ୍ଡା, ମହୁଲପାଲି ଥାନା ଅଂଚଳରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ବାଇକକୁ ପଟିଲା ଟ୍ରଲର। ଘଟଣା ସ୍ଥଳରେ 2 ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଛି । ମହୁଲପାଲି ଥାନା କୁସମି ଫାଣ୍ଡି ଅନ୍ତର୍ଗତ ଲଇଡାଗୁନା-ଠିଆନାଳ ମଝିରେ ଘଟିଛି ଏହି ଦୁର୍ଘଟଣା । ୨ ମୃତକଙ୍କ ମଧ୍ୟରୁ ଜଣେ ମହିଳା ଓ ଜଣେ ପୁରୁଷ ଥିବା ବେଳେ ସମ୍ପର୍କରେ ମାଁ ପୁଅ ବୋଲି ଜଣାପଡିଛି । ଦୁର୍ଘଟଣା ପରେ ଘଟଣା ସ୍ଥଳରେ ଉତ୍ତେଜନା ଦେଖାଦେଇଛି । କ୍ଷତିପୂରଣ ଦାବିରେ ରାସ୍ତା ରୋକ କରିଛନ୍ତି ସ୍ଥାନୀୟ ଲୋକେ । ପୋଲିସ ଟ୍ରଲରକୁ ଜବତ କରି ତଦନ୍ତ ଆରମ୍ଭ କରିଛି।