ଭୁବନେଶ୍ୱର – ନୂଆ ମୋଟରଯାନ ଆଇନ ଲାଗୁ ହେବା ଏବଂ ଏହାକୁ ନେଇ ବିବାଦ ଦେଖାଦେବା ପରେ ମୁଖ୍ୟମନ୍ତ୍ରୀ ଏହାକୁ ୩ ମାସ କୋହଳ କରିବା ପରେ ବର୍ତମାନ ସାଧାରଣ ଲୋକେ ଆଶ୍ୱସ୍ତି ପାଇଛନ୍ତି । ତେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ରାଫିକ୍ ନିୟମ ପାଳନ କରିବାକୁ ଜନସାଧାରଣଙ୍କୁ ଅନୁରୋଧ କରିଥିଲେ । ଖୋଦ୍ ମୁଖ୍ୟମନ୍ତ୍ରୀ ମଧ୍ୟ ଏହାକୁ ପାଳନ କରୁଛନ୍ତି । ଏନେଇ ରାଜ୍ୟ ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ମୁଖ୍ୟମନ୍ତ୍ରୀ ସିଟ୍ ବେଲ୍ଟ ପିନ୍ଧିଥିବା ଏକ ଫଟୋ ଟ୍ୱିଟ୍ କରାଯାଇଛି ।
ଟ୍ୱିଟ୍ ହୋଇଥିବା ଉକ୍ତ ପୋଷ୍ଟରେ ମୁଖ୍ୟମନ୍ତ୍ରୀ ସିଟବେଲଟ ବାନ୍ଧି ନିଜ ଗାଡ଼ିରେ ଯାତ୍ରା କରୁଥିବା ଦେଖିବାକୁ ମିଳୁଛି । ଏହି ଟୁଇଟରେ ଲେଖାଯାଇଛି କି ସଡ଼କ ନିରାପତାର ଉଦାହରଣ ପ୍ରସ୍ତୁତ କରିଛନ୍ତି ମୁଖ୍ୟମନ୍ତ୍ରୀ । ଆପଣଙ୍କୁ ଧନ୍ୟବାଦ । ଏହି ଟୁଇଟକୁ ବିଭାଗ ପକ୍ଷରୁ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟକୁ ଟ୍ୟାଗ୍ କରାଯାଇଛି ।