
ଗଂଜାମ – ଉକ୍ରଳ ଆଶ୍ରମ ସଭାକକ୍ଷରେ ଅଗ୍ରଣୀ ଶିଶୁ ସାହିତ୍ୟ ଅନୁÂାନ ଶିଶୁ ସାହିତ୍ୟ ବିକାଶ ପରିଷଦର ନବବର୍ଷ ସାହିତ୍ୟ ଆସର ଅନୁÂିତ ହୋଇଯାଇଛି । ଅନୁÂାନର ଉପସଭାପତି ହାଡ଼ିବନ୍ଧୁ ମାଳିଙ୍କ ସଭାପତିତ୍ୱ କରିଥିଲେ । ଅନୁÂିତ ଶିଶୁ ସାହିତ୍ୟ ଆସରର ପ୍ରାରମ୍ଭରେ ବନେ୍ଦ ଉକ୍ରଳ ଜନନୀ ଗାନ କରାଯାଇଥିଲା । ଏହି ଅବସରରେ ଉପଦେଷ୍ଟା ଶ୍ରୀମତୀ ସ୍ୱର୍ଣ୍ଣପ୍ରଭା ପାଢ଼ୀ ଶିବ ଭଜନ ଗାନ କରିଥିଲେ । ସାଧାରଣ ସମ୍ପାଦକ ଶ୍ରୀପଲ୍ଲବ ସ୍ୱାଗତ ଭାଷଣ ସହ ସମ୍ପାଦକୀୟ ପାଠ କରିଥିଲେ । ସଭାର ସଭାପତି ଶ୍ରୀ ମାଳି ଶିଶୁ ସାହିତ୍ୟ ସୃଷ୍ଟିର ଆଦ୍ୟ ସାହିତ୍ୟ କହିଲେ ଅତୁ୍ୟକ୍ତି ହେବନାହିଁ ଯେହେତୁ ଅବୁଝା କଅଁଳା ଶିଶୁଟିକୁ ବୁଝାଇବା ପାଇର୍ ମା ଯେଉଁ ଗୀତ ଗାଇ ଆସିଛି ତାହାହିଁ ସାହିତ୍ୟ ବୋଲି ଗବେଷକ ମତ ପୋଷଣ କରନ୍ତି । କବୟତ୍ରୀ ପଦ୍ମିନୀ ମିଶ୍ରଙ୍କ ସଂଯୋଜନାରେ ଅନୁÂିତ ଏହି ଶିଶୁ ସାହିତ୍ୟ ଆସରରେ ଉପଦେଷ୍ଟା ରଘୁନାଥ ପାଇକ, କାଳିନ୍ଦୀ ଚରଣ ନାୟକ, ଭୁବନେଶ୍ୱର ସାହୁ, ରବୀନ୍ଦ୍ର ନାଥ ଦାଶ, ଅନ୍ତର୍ଯ୍ୟାମୀ ରଥ, ଲଳିତା ରଥ, ଉମାକାନ୍ତ ଦାସ, ଇଂ. ପ୍ରଫୁଲ୍ଲ କୁମାର ତ୍ରିପାଠୀ, ଜ୍ୟୋତ୍ସ୍ନାରାଣୀ ପଣ୍ଡା, ଇଶାନୀ ମିଶ୍ର, ପ୍ରକାଶ ଚନ୍ଦ୍ର ଦାସ ପ୍ରମୁଖ ସ୍ୱରଚିତ ଶିଶୁ ଗଳ୍ପ କବିତା ପାଠ କରିଥିଲେ । ଶେଷରେ ସ୍ୱର୍ଣ୍ଣପ୍ରଭା ପାଢ଼ୀ ଧନ୍ୟବାଦ ଅର୍ପଣ କରିଥିଲେ ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO