
ଭୁବନେଶ୍ୱର- ଆଜି ଉକ୍ରଳ ସମ୍ମିଳନୀ ମଂଚେଶ୍ୱର ଶିଳ୍ପାଂଚଳ ଶାଖାର ସାଧାରଣ ଅଧିବେଶନ ଓ ନିର୍ବାଚନ ଭି.ଏସ.ଏସ ନଗର ଦୁର୍ଗାପୂଜା ମଣ୍ଡପରେ ଅନୁÂିତ ହୋଇଯାଇଛି । ଏହି ବେଅଠକରେ ଶାଖା ସଭାପତି ଅଧିବକ୍ତା ଦିଲ୍ଲୀପ ଦାଶଶର୍ମା ସଭାପତିତ୍ୱ କରିଥିବା ବେଳେ ସମ୍ପାଦକ ଗୋବିନ୍ଦ ସୁବୁଦ୍ଧି ବାର୍ଷିକ ବିବରଣୀ ପାଠ କରିଥିଲେ । ଆଜି ଅନୁÂିତ ହେଇଥିବା ନିର୍ବାଚନରେ ଅଧିବକ୍ତା ଦିଲ୍ଲୀପ ଦାଶ ଶର୍ମା ସର୍ବ ସମ୍ମତି କ୍ରମେ ଷÂ ଥର ପାଇଁ ସଭାପତି ଭାବେ ନିର୍ବାଚିତ ହୋଇଥିବା ବେଳେ ଉପ-ସଭାପତି ଭାବେ ପ୍ରତାପ ଚନ୍ଦ୍ର ସ୍ୱାଇଁ ଓ ଶୀତଳ ଚନ୍ଦ୍ର ମହାନ୍ତି, ସମ୍ପାଦକ ଭାବେ ଗୋବିନ୍ଦ ଚନ୍ଦ୍ର ସୁବୁଦ୍ଧି, ଯୁଗ୍ମ-ସମ୍ପାଦକ ଭାବେ ଅଶୋକ କୁମାର ପାଲଟାସିଂହ ଓ ସିଦ୍ଧାର୍ଥ ଶେଖର ଗଡ଼ନାୟକ ନିଦ୍ୱର୍ନ୍ଦରେ ନିର୍ବାଚିତ ହୋଇଥିଲେ । ଏହି ସଭାରେ ରାଜ୍ୟ ଆଇନଜୀବି ସଂଘର ସଭାପତି ବିଚିତ୍ର କୁମାର ବଡ଼ଜେନା ଅତିଥି ଭାବେ ଯୋଗ ଦେଇଥିଲେ । ଅନୁÂାନ ପକ୍ଷରୁ ବିଚିତ୍ର କୁମାର ବଡ଼ଜେନା, ମହେଶ୍ୱର ବିଶ୍ୱାଳ ଓ ବାସନ୍ତୀ ତି୍ରପାଠୀଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ଡ. ଦ୍ୱାରକାନାଥ ମହାନ୍ତି, ନିରଂଜନ ଦାଶ, ନିମାଇଁ ଚରଣ ଦାସ, ଇଂ. ନଳିନୀ ମହାନ୍ତି, ପ୍ରସନ୍ନ ରଥ, କ୍ଷେତ୍ର ମୋହନ ନାୟକ, ଅକ୍ଷୟ ଜେଠୀ, ଅଜୟ କାନୁନଗୋ, ନିରଂଜନ ପାତ୍ର ଓ ପ୍ରକାଶ କୁମାର ସାମଲ ଆଦି ବହୁ ସଦସ୍ୟ ଓ ସଦସ୍ୟା ଉପସ୍ଥିତ ଥିଲେ ।