ଗଞ୍ଜାମ- ଆର୍ଯ୍ୟବୈଶ୍ୟ କଲ୍ୟାଣ ସଂଘ ଆୟୋଜନରେ ପ୍ରେମନଗର, ବ୍ରହ୍ମପୁର ଠାରେ ମଧୁମେହ ପରୀକ୍ଷା ପାଇଁ ଏକ ମାଗଣା ରକ୍ତପରୀକ୍ଷା, ରକ୍ତଚାପ, ବାତ ରୋଗର ନିଦାନ କରି ଅଠାନବେ ଜଣ ରୋଗୀଙ୍କୁ ଚିକିତ୍ସା ପରାମର୍ଶ ଯୋଗାଇ ଦିଆଯାଇଥିଲା । ବରିଷ୍ଠ ଡାକ୍ତର ନକୁଳ ସାହୁ ରୋଗୀଙ୍କୁ ଚିକିତ୍ସା ସେବା ଯୋଗାଇ ଦେଇଥିଲେ ।
ଶିବିର ପରିଚାଳନରେ ଶ୍ରୀନିବାସ ରାଓ, ମୁରଲୀକୃଷ୍ଣା, ଶଙ୍କର ନାରାୟଣ, କେ.ନାଗେଶ୍ବର ରାଓ, ଜଗନ୍ନାଥ ଓ ସଭାପତି ଜଗନ୍ ସହଯୋଗ କରିଥିଲେ।ଏହି ଶିବିର ପ୍ରତିମାସ ଦ୍ବିତୀୟ ରବିବାରେ ଅନୁଷ୍ଠିତ ହୁଏ ।