ନୂଆଦିଲ୍ଲୀ– ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନେପାଳର ନୂଆ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ସୋସିଆଲ ହ୍ୟାଣ୍ଡେଲ ଏକ୍ସରେ ପିଏମ ମୋଦି କହିଛନ୍ତି ଯେ, ନେପାଳର ପ୍ରଧାନମନ୍ତ୍ରୀ ଭାବେ ଆପଣଙ୍କ ନିଯୁକ୍ତିକୁ ନେଇ ଶୁଭେଚ୍ଛା । ମୁଁ ଦୁଇଦେଶ ମଧ୍ୟରେ ବନ୍ଧୁତାର ଗଭୀର ସଂପର୍କକୁ ଆହୁରି ମଜବୁତ କରିବା ତଥା ଆମର ଲୋକଙ୍କ ପ୍ରଗତି ଓ ସମୃଦ୍ଧି ପାଇଁ ପାରସ୍ପରିକ ଭାବେ ଲାଭକାରୀ ସହଯୋଗକୁ ବିସ୍ତାର କରିବା ପାଇଁ ମିଳିତ ଭାବେ କାମ କରିବା ପାଇଁ ତତ୍ପର ଅଟେ ।
ଏଠଶରେ ସୂଚନାଯୋଗ୍ୟ, ନେପାଳରେ ସିପିଏମ-ୟୁଏମଏଲ ପାର୍ଟି ଅଧ୍ୟକ୍ଷ କେପି ଶର୍ମା ଓଲିଙ୍କୁ କାଲି ନୂଆ ମେଂଟ ସରକାର ଚତୁର୍ଥ ଥର ଦେଶର ପ୍ରଧାନମନ୍ତ୍ରୀ ଭାବେ ନିଯୁକ୍ତ କରିଛି ।