
ଧର୍ମଶାଳା- ଯାଜପୁର ଜିଲା ପୁଲିସକୁ ସଫଳତା । ଯାଜପୁର ଜିଲା ବୈରୀ ଥାନା ଅନ୍ତର୍ଗତ ବିଦ୍ୟାଧରପୁର ଅଂଚଳରୁ ନକଲି ଜର୍ଦ୍ଦା ସହ ବିଭିନ୍ନ ସରଞ୍ଜାମ ଜବତ ହୋଇଛି । ଏହି ଘଟଣାରେ ତଥା ବ୍ୟବସାୟରେ ଲିପ୍ତଥିବା ୪ ଜଣଙ୍କୁ ପୁଲିସ ଗିରଫ କରିଛି ।
ସୂଚନା ଅନୁଯାୟୀ, ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଆଜି ଭୋର୍ ସମୟରେ ଯାଜପୁର ରୋଡ ଏସଡିପିଓ ଚିନ୍ମୟ ନାୟକ, ଡିଏସପି ଦିପକ ଗୋଚ୍ଛାୟତ ସଦଳବଳେ ଏଠାରେ ଅତର୍କିତ ଚଢ଼ଉ କରିଥିଲେ । ଏହି ସମୟରେ ବେଆଇନ ବ୍ୟବସାୟରେ ଲିପ୍ତ ଥିବା ଅଭିଯୁକ୍ତଙ୍କୁ ଗିରଫ କରିବା ସହିତ ସେଠାରୁ ବହୁ ନକଲି ଜର୍ଦ୍ଦା ଓ ବ୍ୟବହୃତ ସରଞ୍ଜାମକୁ ଜବତ କରିଛି ପୋଲିସ । ଯାହାର ଆନୁମାନିକ ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ ବୋଲି ପୁଲିସ ଆକଳନ କରିଛି । ତେବେ ଏହି ଘଟଣାରେ ଅଧିକ ତଦନ୍ତ ଜାରି ରହିଥିବା ଏସଡିପିଓ ଶ୍ରୀ ନାୟକ ସୂଚନା ଦେଇଛନ୍ତି । ହିନ୍ଦୁସ୍ଥାନ ସମାଚାର/ଚିନ୍ମୟ/ପ୍ରଦୀପ୍ତ