-
ସେବା ପାଇଁ ରକ୍ତଦାନ କଲେ ସ୍ବେଚ୍ଛାସେବୀ,
କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ,
ରଥଯାତ୍ରା ପାଇଁ ଆବଶ୍ୟକ ରକ୍ତ ମହଜୁଦ ପାଇଁ ପ୍ରଶାସନିକ ସ୍ତରରେ ନିଷ୍ପତ୍ତି କରାଯାଇଥିଲା। ଭକ୍ତମାନଙ୍କ ପାଇଁ ଦୁଇଶହ ୟୁନିଟ ବ୍ଲଡ଼ ଗଚ୍ଛିତ ରଖିବା ଘୋଷଣାକୁ ଆଜି ପୂରଣ କରିଛି ପୁରୀ ସେଣ୍ଟ ଜନ୍ ଆମ୍ବୁଲାନ୍ସ ଓ ସମର୍ପଣ। ପୁରୀ ରକ୍ତ ଭଣ୍ଡାର ରେ ୧୮୬ୟୁନିଟ୍ ବ୍ଲଡ଼ ଥିବାବେଳେ, ସମର୍ପଣର ସଭାପତି ଅଭିମନ୍ୟୁ ଭୂୟାଁ, ସମ୍ପାଦକ ଜୟନ୍ତୀ ମହାପାତ୍ର ଓ ସେଣ୍ଟ ଆମ୍ବୁଲାନ୍ସ ର ଯୁଗ୍ମ ସମ୍ପାଦକ ମଧୁସୂଦନ ମିଶ୍ର, ମିଶନ ଓଡିଶାର ଉପଦେଷ୍ଠା ବଦ୍ରି ମିଶ୍ର ଓ ମାର୍ଶ ଓଡିଶାର ସଭାପତି ଭାସ୍କରପୂଜିରୀଙ୍କ ନେତୃତ୍ବରେ ଗୋପବନ୍ଧୁ ଆର୍ୟୁଵେଦ ମହାବିଦ୍ୟାଳୟ ପରିସରରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା। ରକ୍ତଦାନ ଶିବିର ସମର୍ପଣ, ନିଳାଦ୍ରୀ ପାର୍କ ମର୍ଣିଂୱକ ଗ୍ରୁପ୍, ନେହେରୁ ଯୁବ କେନ୍ଦ୍ର,ମାର୍ସ ଓଡ଼ିଶା,ଝାଡେଶ୍ଵରୀ କ୍ଲବ୍,ଟ୍ରେକିଂ କ୍ଲବ ଓ ମିଶନ ଓଡ଼ିଶା ର ମିଳିତ ସହଯୋଗ ରେ ୬୦ ୟୁନିଟ ବ୍ଲଡ଼ ସଂଗୃହିତ ହେବା ପରେ , ବ୍ଲଡ଼ ବ୍ଯାଙ୍କ ର ବ୍ଲଡ଼ ୟୁନିଟ ୨୪୫ରେ ପହଞ୍ଚିପାରିଛି।ଏହି ଶିବିର କୁ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ରୂପଭାନୁ ମିଶ୍ର, ମହାବିଦ୍ୟାଳୟ ଅଧ୍ୟକ୍ଷ ପ୍ରଫେସର ଅରୁଣ ଦାସ, ପ୍ରଫେସର ଅଭିମନ୍ୟୁ ଭୂୟାଁ,ବ୍ଲଡ଼ ବ୍ୟାଙ୍କ ଅଧିକାରୀ ଦୀପକ ସାହୁ ଓ ଶତକ ରକ୍ତଦାତା ବଦ୍ରି ମିଶ୍ର ମିଳିତ ଭାବେ ଉଦଘାଟନ କରିଥିଲେ | ଜୟନ୍ତୀ ମହାପାତ୍ର, ଭାସ୍କର ପୂଜାରୀ ଓ ବିସ୍ମିତା ମହାନ୍ତିଙ୍କ ପରିଚାଳନା ରେ ଅନୁଷ୍ଠିତ ଏହି ଶିବିର ପରିଚାଳନା ରେ ସହଯୋଗ କରିଥିଲେ ଗୋବିନ୍ଦ ପାତ୍ର, ସୌମ୍ୟରଞ୍ଜନ ପାତ୍ର,ସାଗରିକା ରଥ, ହୃଷିକେଶ ପ୍ରଧାନ, ଦେବରାଜ ଦାସ, ରଶ୍ମୀ ରଂଜନ ଦାଶ, ଲାଲା ଅନନ୍ତ ସିଂ, ନିରଞ୍ଜନ ମହାପାତ୍ର, ମଧୁମିତା ମହାପାତ୍ର, ଶଙ୍କର ପ୍ରଧାନ, ଅଜୟ ପ୍ରଧାନ ପ୍ରମୁଖଙ୍କ ଉପସ୍ଥିତ ରେ ସମ୍ପନ୍ନ ହୋଇଥିଲା |