ନୂଆଦିଲ୍ଲୀ- ଶିଳ୍ପପତି ମୁକେଶ ଅମ୍ବାନୀ ଗୁରୁବାର କଂଗ୍ରେସ ସଂସଦୀୟ ଦଳର ନେତା ସୋନିଆ ଗାନ୍ଧିଙ୍କୁ ତାଙ୍କ 10 ଜନପଥ ସ୍ଥିତ ବାସଭବନରେ ସାକ୍ଷାତ କରିଛନ୍ତି । ସେ ସୋନିଆଙ୍କୁ ତାଙ୍କ ପୁଅ ଅନନ୍ତ ଅମ୍ବାନୀଙ୍କ ବିବାହ ପାଇଁ ନିମନ୍ତ୍ରଣ କରିଛନ୍ତି ।
ଶିଳ୍ପପତି ମୁକେଶ ଅମ୍ବାନୀ ସୋନିଆ ଗାନ୍ଧିଙ୍କୁ ଭେଟ ତାଙ୍କୁ ବିବାହର ନିମନ୍ତ୍ରଣ ପତ୍ର ଦେଇଛନ୍ତି । ପ୍ରାୟ ଏକ ଘଂଟା ଯାଏ ସେ ତାଙ୍କ ବାସଭବନରେ ରହିଥିଲେ ଏବଂ ସେଠାରୁ ସେ ବାହାରିଥିଲେ ।
ଏଠାରେ ସୂଚନାଯୋଗ୍ୟ, କଂଗ୍ରେସ ପାର୍ଟି ଓ ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧି, ଶିଳ୍ପପତି ମୁକେଶ ଓ ଅନିଲ ଅମ୍ବାନୀ ତଥା ଗୌତମ ଅଦାନୀଙ୍କ ପ୍ରତି ରାଜନୈତିକ ବୟାନ ଦେଇଥିଲେ । ସରକାର ଏହି ଦୁଇ ଶିଳ୍ପପତିଙ୍କୁ ଲାଭ ଦେଉଥିବା ରାହୁଲ କହିଥିଲେ ।