 
                କଟକ- କଟକ ଏସସିବି ମେଡ଼ିକାଲ ଆଇସିୟୁରେ ଚିକିତ୍ସାଧିନ ଥିବା ଜଣେ ଅଭିଯୁକ୍ତ ଗତକାଲି ବିଳମ୍ବିତ ରାତିରେ ସେଠାରୁ ଚମ୍ପଟ୍ ମାରିଛି  । ଆଇସିୟୁ ଶଯ୍ୟାରେ ହ୍ୟାଣ୍ଡକପ୍ ଲାଗି ରହିଥିଲେ ସୁଦ୍ଧା ଅଭିଯୁକ୍ତ କୌଶଳ କ୍ରମେ ସେଠାରୁ ଫେରାର୍ ହୋଇଯାଇଛି  । ଅଭିଯୁକ୍ତକୁ ଧରିବା ପାଇଁ ପୋଲିସ ପ୍ରୟାସ ଚଳାଇଛି   । ଅଭିଯୁକ୍ତ ଜଣକ ହେଉଛି ଆଲୋକ କୁମାର ସାହୁ (୨୨)  ।
ଗତ ୪ ତାରିଖରେ ରଘୁନାଥପୁରର ଏକ ମଦ ଦୋକାନରୁ ଚୋରି ଅଭିଯୋଗରେ ପଚରା ଉଚରା ପାଇଁ ଆଲୋକକୁ ଥାନାକୁ ଆଣିଥିଲା ପୋଲିସ  । କିନ୍ତୁ, ସେଠାରେ ଶୌଚାଳୟକୁ ଯାଇଥିବା ବେଳେ ସେ ଫିନାଇଲ୍ ପିଇ ଦେଇଥିଲା  । ଗୁରୁତର ଅବସ୍ଥାରେ ତାକୁ ପ୍ରଥମେ ରଘୁନାଥପୁର ମେଡ଼ିକାଲ ଏବଂ ପରେ ଅଧିକ ଚିକିତ୍ସା ନିମନ୍ତେ କଟକ ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିଲା  । ସେଠାରେ ସେ ଆଇସିୟୁରେ ଚିକିତ୍ସାଧିନ ଥିଲା  । ରଘୁନାଥପୁର ଥାନାର ଦୁଇ ପୋଲିସ କର୍ମଚାରୀ ତାକୁ ଜଗି ରହିଥିଲେ  । ହେଲେ ଅଭିଯୁକ୍ତ ଆଲୋକ କିପରି ପୋଲିସ ହେପାଜତରୁ ଫେରାର୍ ହେଲା, ତାହା ସମସ୍ତଙ୍କୁ ଚକିତ କରିଛି  ।
                            
                        
	                    
 
                    







