ଭଦ୍ରକ- ଭଦ୍ରକରେ ୩୧ତମ ସଡକ ସୁରକ୍ଷା ସପ୍ତାହ ପାଳିତ ହୋଇଯାଇଛି । ଏହା ଆଜିଠାରୁ ୧୭ ତାରିଖ ପର୍ଯ୍ୟନ୍ତ ଚାଲିବ । ନୂତନ ସଡକ ସୁରକ୍ଷା ନିୟମ ସଂପର୍କରେ ଏକ ସଚେତନତା ରାଲିକୁ ଭଦ୍ରକ ରିଜର୍ଭ ପୁଲିସ୍ ପଡିଆରୁ ଶୁଭାରମ୍ଭ ହୋଇଛି । ଏହାକୁ ଜିଲାପାଳ ଜ୍ଞାନ ଦାସ ସବୁଜ ପତାକା ଦେଖାଇ ଆନୁÂାନିକ ଭାବେ ଉଦ୍ଘାଟନ କରିଥିଲେ । ଏଥିନେଇ ଏକ ସଚେତନତା ରାଲି ମଧ୍ୟ କରାଯାଇଥିଲା । ଏହି ରାଲିରେ ଭଦ୍ରକର ବିଭିନ୍ନ ବର୍ଗର ଲୋକେ ଯୋଗଦାନ କରିଥିଲେ । ଏହାହ ରିଜର୍ଭ ପୁଲିସ୍ ପଡିଆରୁ ବାହାରି ସହର ପରିକ୍ରମା କରିବା ପରେ ବନ୍ତଛକଠାରେ ପହଂଚିଥିଲା । ଏହି ରାଲିକୁ ବନ୍ତଛକ ବସ୍ଷ୍ଟାଣ୍ଡ ନିକଟରେ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଥିଲା । ସେଠାରେ ଏକ ପଥପ୍ରାନ୍ତ ଓ ସଚେତନତା ସଭା ଓ ନୃତ୍ୟ ନାଟିକା ପରିବେଷିତ ହୋଇଥିଲା । ଏଥିରେ ସଡକ ସୁରକ୍ଷାର ସମସ୍ତ ନୂତନ ନିୟମ ସଂପର୍କରେ ଲୋକଙ୍କୁ ଅବଗତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଜିଲାପାଳଙ୍କ ସମେତ ଭଣ୍ଡାରିପୋଖରୀ ବିଧାୟକ ପ୍ରଫୁଲ୍ଲ ସାମଲ, ଜିଲା ଆରକ୍ଷୀ ଅଧିକ୍ଷକ ରାଜେଶ ପଣ୍ଡିତ, ଆରଟିଓ ବିରଂଚି ଦାସ ଅଧିକାରୀଙ୍କ ସମେତ ବହୁ ପ୍ରଶାସନିକ ଅଧିକାରୀ ଓ ବିଭିନ୍ନ ବର୍ଗର ଲୋକେ ଯୋଗଦାନ କରିଥିଲେ ।
Related Stories
November 24, 2024
November 24, 2024