
କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ,
ପୁରୀ,ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା ଅପରାହ୍ନ ୩ ଘଟିକା ସମୟରେ ପୁରୀ ଜିଲ୍ଲାର ଓଡ଼ିଶା ଜୀବିକା ମିଶନ,ମିଶନ ଶକ୍ତି ଏବଂ ମହିଳା ଓ ଶିଶୁ ବିକାଶ ବିଭାଗର କାର୍ଯ୍ୟକ୍ରମକୁ ଜିଲ୍ଲା ପରିଷଦ , ପୁରୀ ସଭା ଗୃହରେ ସମୀକ୍ଷା କରିଥିଲେ ꘡ ଉକ୍ତ ବୈଠକରେ ପିପିଲି ବିଧାୟକ ଆଶ୍ରିତ ପଟ୍ଟନାୟକ ଏବଂ, ସତ୍ୟବାଦୀ ବିଧାୟକ ଓମ ପ୍ରକାଶ ମିଶ୍ର ଯୋଗ ଦେଇଥିଲେ꘡ ଏଥିରେ ଜିଲ୍ଲା ସାମାଜିକ କଲ୍ୟାଣ ଅଧିକାରୀ, ମହିଳା ଓ ଶିଶୁ ବିକାଶ ବିଭାଗ ପୁରୀ ଶ୍ରୀମତୀ ଶର୍ମିଷ୍ଠା ହୋତା , ଜିଲ୍ଲା ପ୍ରକଳ୍ପ ପରିଚାଳକ,ଓଡ଼ିଶା ଜୀବିକା ମିଶନ ପୁରୀ ଶ୍ରୀଯୁକ୍ତ ବନଜାକାନ୍ତ ମାହାରୀ, ଜିଲ୍ଲା ପ୍ରକଳ୍ପ ସଂଯୋଜିକା, ମିଶନ ଶକ୍ତି ,ପୁରୀ ଆରତୀ ସାହୁ, ପୁରୀ ଜିଲ୍ଲାର ସମସ୍ତ ବ୍ଲକ ପ୍ରକଳ୍ପ ପରିଚାଳକ (ଓଡ଼ିଶା ଜୀବିକା ମିଶନ), ବ୍ଲକ ପ୍ରକଳ୍ପ ସଂଯୋଜକ (ମିଶନ ଶକ୍ତି) ଓ ସମସ୍ତ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ଯୋଗ ଦେଇଥିଲେ꘡
ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ , ପୁରୀ, ପ୍ରିୟ ରଞ୍ଜନ ପୃଷ୍ଟିଙ୍କ ଅଧକ୍ଷତାରେ ଜିଲ୍ଲା ପ୍ରକଳ୍ପ ପରିଚାଳକ ଶ୍ରୀ ମାହାରୀ ଜିଲ୍ଲା ଜୀବିକା ମିଶନର କାର୍ଯ୍ୟକଳାପ ସମ୍ବନ୍ଧରେ ବିଷଦ ବିବରଣୀ ପ୍ରଦାନ କରିଥିଲେ꘡ ଏହାପରେ ଜିଲ୍ଲା ପ୍ରକଳ୍ପ ସଂଯୋଜିକା, ଆରତୀ ସାହୁ ପୁରୀ ଜିଲ୍ଲାର ମିଶନ ଶକ୍ତି କାର୍ଯ୍ୟକଳାପର ବିବରଣୀ ପ୍ରଦାନ କରିଥିଲେ꘡ ପରିଶେଷରେ ଜିଲ୍ଲା ସାମାଜିକ କଲ୍ୟାଣ ଅଧିକାରୀ, ଶ୍ରୀମତୀ ହୋତା ପୁରୀ ଜିଲ୍ଲା ମହିଳା ଓ ଶିଶୁ ବିକାଶ କାର୍ଯ୍ୟ ସମ୍ବନ୍ଧରେ ବିବରଣୀ ପ୍ରଦାନ କରିଥିଲେ ꘡
ସମସ୍ତ ବିଭାଗର କାର୍ଯ୍ୟ ସମୀକ୍ଷା କରିବାପରେ ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡା ପରିଶେଷରେ ସମସ୍ତ ଅଧିକାରୀଙ୍କୁ ଲୋକମାନଙ୍କ ପାଇଁ ସଠିକ ଭାବରେ କାର୍ଯ୍ୟ କରିବାକୁ ନିର୍ଦେଶ ଦେଇଥିଲେ꘡