
କୋରେଇ- କୋରେଇ ଅଂଚଳରେ ଆଜି ‘କୋରାଇ ଉନ୍ନୟନ ପରିଷଦ’ ନାମରେ ଏକ ସଂଗଠନ ଆତ୍ମପ୍ରକାଶ କରିଛି । ଏନେଇ ଆଜି କୋରେଇ ବ୍ଲକ୍ ଶଙ୍ଖଚିଲା ସ୍ଥିତ ମା’ ହିଙ୍ଗୁଳାଙ୍କ ପୀଠରେ ପରିଷଦର ଉଦ୍ୟକ୍ତା ତଥା ଜାତୀୟ ମାନବାଧିକାର କର୍ମୀ ମନୋଜ ଜେନାଙ୍କ ଅଧ୍ୟକ୍ଷତାରେ ଏକ ସାଧାରଣ ପରିଷଦ ବୈଠକ ଅନୁÂିତ ହୋଇଯାଇଛି । ଦୀର୍ଘଦିନର ରାଜନୈତିକ ଗୋଟିଚାଳନାରେ କୋରେଇ ଅବହେଳିତ ହୋଇ ରହିଥିବା ବେଳେ ସରକାରୀ ଯୋଜନା ଏବେ ବି କୋରେଇରେ ଅପହଁଚ ହୋଇ ରହିଥିବା ଶ୍ରୀ ଜେନା ତାଙ୍କ ବକ୍ତବ୍ୟରେ କହିଥିଲେ । କୋରେଇ ଅଂଚଳର ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନ, ରାଜନୈତିକ ବ୍ୟକ୍ତିତ୍ୟ, ସାହିତ୍ୟିକ ଏବଂ ବିଭିନ୍ନ ବର୍ଗର ଲୋକଙ୍କୁ ନେଇ ଏହି ପରିଷଦ ଗଠନ ହୋଇଥିବା ବେଳେ ଆଗାମୀ ଦିନରେ କେବଳ କୋରେଇ ବିକାଶରେ ଏହି ସଂଗଠନ କାର୍ଯ୍ୟ କରିବ ବୋଲି ଶ୍ରୀ ଜେନା ସୂଚନା ଦେଇଥିଲେ । ସଂଗଠନର ବରିÂ ସଭ୍ୟ ଭାବେ ଗୁଣନିଧି ଗୁରୁ ଯୋଗଦେଇ ଏହି ପରିଷଦ ଏକ ସର୍ବ ଦଳୀୟ ସଂଗଠନ ଭାବେ କୋରେଇରେ ଉଭା ହୋଇଥିବା ବେଳେ କୋରେଇ ଅଂଚଳରେ ଅବହେଳିକ ହୋଇ ରହିଥିବା ସମସ୍ତ ବର୍ଗର ଲୋକ ମାନଙ୍କ ପାଇଁ ଏହି ସଂଗଠନ କାର୍ଯ୍ୟ କରିବ ବୋଲି ଶ୍ରୀ ଗୁରୁ କହିିଲେ । ବରିÂ ସାହିତ୍ୟିକ ଭୂବନ ମୋହନ ମହାନ୍ତି ଯୋଗଦେଇ କୋରେଇ ଉନ୍ନୟନ ପରିଷଦର ପରିକଳ୍ପନା ଏକ ସ୍ୱାଗତ ଯୋଗ୍ୟ ପଦକ୍ଷେପ ବୋଲି କହିଥିବା ବେଳେ କୋରେଇ ଅଂଚଳରେ ବିଭିନ୍ନ ସରକାରୀ ଯୋଜନା ଏବେ ମଧ୍ୟ ଲୋକଙ୍କ ପାଖରେ ପହଁଚୁନଥିବା ବେଳେ ପରିଷଦ ଏଥି ପ୍ରତି ଅଂଟା ଭିଡିଥିବାରୁ ପରିଷଦର କର୍ମକର୍ତାଙ୍କୁ ସାଧୁବାଦ ଜଣାଇଥିଲେ । ବରିÂ ସାମ୍ବାଦିକ ସୁବାସ ଧଳ ଯୋଗଦେଇ କୋରେଇ ଉନ୍ନୟନ ପରିଷଦ ରାଜନୀତି ଠାରୁ ଉର୍ଦ୍ଧରେ ରହି ସବୁବେଳେ ଲୋକଙ୍କ ପାଇଁ କାର୍ଯ୍ୟ କରିବ ବୋଲି ସୂଚନା ଦେଇଥିଲେ । ବିଶିÂ ଶ୍ରମିକ ସଂଗଠନ ନେତା ଯୋଗେନ୍ଦ୍ର ପାଣିଗ୍ରାହୀ ଏବଂ କଂଗ୍ରେସ ସଂଖ୍ୟାଲଘୁ ସେଲ୍ ସଭାପତି ଲୋକମାନ ମିର୍ଜା ଯୋଗଦେଇ ପରିଷଦକୁ ସହଯୋଗର ହାତ ବଢାଇଥିବା ପ୍ରକାଶ କରିଥିଲେ । ମାନବାଧିକାର କର୍ମୀ ଅକ୍ଷୟ କୁମାର ଜେନା ସଭା ସଂଚାଳନା କରିଥିବା ବେଳେ ଗୁଣନିଧି ଗୁରୁ ଧନ୍ୟବାଦ ଅର୍ପଣ କରିଥିଲେ । ପରିଷଦରେ କୋରେଇ ଅଂଚଳର ବହୁ ସଂଗଠନର କର୍ମକର୍ତା ଯୋଗ ଦେଇଥିଲେ ।