କେନ୍ଦ୍ରାପଡ଼ା- ଉନବିଂଶ ରାଜ୍ୟସ୍ତରୀୟ ପୁସ୍ତକମେଳାର ପଂଚମ ସନ୍ଧ୍ୟାରେ କେନ୍ଦ୍ରାପଡା ଜିଲ୍ଲା ସାହିତ୍ୟ ସଂସଦ ଆନୁକୁଲ୍ୟରେ ସାହିତ୍ୟ ଆସର, କବିତା, ପାଠୋସôବ,ସ୍ମୃତି ଚାରଣା ସଭା ଓ ସମ୍ବର୍ଦ୍ଧନା ପର୍ବ ସଭାପତି ଡଃ ବାସୁଦେବ ଦାସଙ୍କ ପୌରହିତ୍ୟରେ ଅନୁÂିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥିଭାବରେ କେନ୍ଦ୍ରାପଡା ବିଧାୟକ ଶଶୀଭୂଷଣ ବେହେରା ଯୋଗଦାନ କରି କହିଲେ କେନ୍ଦ୍ରାପଡାର ପୁସ୍ତକମେଳା ରାଜ୍ୟକୁ ଏକ ଦିଗ୍ଦର୍ଶନ ଦେବ । ଆଜି ଯେତେ ବେଳେ ସମାଜ ଅବକ୍ଷୟମୁଖୀ ସେତେବେଳେ କବି ସାହିତି୍ୟକମାନେ ଯଦି କଲମ ·ଳନା ନ କରନ୍ତି ତେବେ ସମାଜରେ କିପରି ସୁଧାର ଆସିବ । ଅନ୍ୟମାନଙ୍କ ମଧ୍ୟରେ ମୁଖ୍ୟବକ୍ତା ଭାବେ ପ୍ରଫେସର ନନ୍ଦକିଶୋର ପରିଡା,ବରେଣ୍ୟ ଅତିଥିଭାବରେ କେନ୍ଦ୍ରାପଡା ଜିଲ୍ଲା ଶିକ୍ଷାଧିକାରୀ କଳ୍ପନା ବେହେରା, କେନ୍ଦ୍ରାପଡା ପୋଷ୍ଟମାଷ୍ଟର ନୃସିଂହ ଚରଣ ମିଶ୍ର,କେନ୍ଦ୍ରାପଡା ବ୍ଲକ ଅଧ୍ୟକ୍ଷ ଅନାମବନ୍ଧୁ ଧଳ ଯୋଗଦାନ କରି କହିଲେ କେନ୍ଦ୍ରାପଡା ମାନବସମ୍ବଳରେ ସାରା ବିଶ୍ୱରେ ପ୍ରସିଦ୍ଧ । ଏହି ଅବସରରେ କେନ୍ଦ୍ରାପଡାରେ ଫକିର ମୋହନ ତଥା କେନ୍ଦ୍ରାପଡା ଜିଲ୍ଲା ସାହିତ୍ୟ ସଂସଦର ଉପଦେଷ୍ଟା ସମ୍ଭକାର ଦିବାକର ବିଶ୍ୱାଳ ଓ କେନ୍ଦ୍ରାପଡାର ସଡକ ଦୁର୍ଘଟଣାରେ ମୃତୁ୍ୟବରଣ କରିଥିବା ବ୍ୟକ୍ତି ବିଶେଷଙ୍କ ସ୍ମୃତି ଉଦେ୍ଧଶ୍ୟରେ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା । ସଂସଦର ସମ୍ପାଦକ ଶୁଭାଂଶୁ କୁମାର ଦାସ,ସାହିତ୍ୟ ସଂସଦ ଓ ପୁସ୍ତକମେଳାର ଆବଶ୍ୟକତା ସମ୍ପର୍କରେ ଆଲୋକପାତ କରିଥିଲେ । ଏହି ଅବସରରେ କେନ୍ଦ୍ରାପଡା ବିଧାୟକ ଶଶୀଭୂଷଣ ବେହେରା ଓ କେନ୍ଦ୍ରାପଡା ଜିଲାଶିକ୍ଷା ଅଧିକାରୀ ମହୋଦୟ କଳ୍ପନା ବେହେରାଙ୍କୁ କେନ୍ଦ୍ରାପଡା ଜିଲ୍ଲା ଗୌରବ ପ୍ରଦାନ କରାଯାଇଥିଲା । ଏହି ଅବସରରେ କାର୍ଯ୍ୟକାରୀ ସଭାପତି କବି କରୁଣାକର ଦାସଙ୍କ ଅଧ୍ୟକ୍ଷତାରେ ଏକ କବିତା ପାଠୋସôବ ଅନୁÂିତ ହୋଇଥିବା ବେଳେ କବି ରାମକୃଷ୍ଣ ଦାସ,·ରୁଲତା ଭୂୟାଁ,କାବୁଲି ମଲ୍ଲିକ ଓ ଅଶୋକ କୁମାର ସାହୁଙ୍କ ମିଳିତ ସଂଯୋଜନାରେ କରିଥିଲେ । ଉପସଭାପତି ଅଶୁକବି ହେମନ୍ତ ଜେନା ଅତିଥିମାନଙ୍କର ପରିଚୟ ପ୍ରଦାନ କରିଥିବା ବେଳେ ଅନ୍ୟତମ ଉପସଭାପତି ଆଇନଜିବୀ ପ୍ରଦୀପ କୁମାର ଦାସ ଧନ୍ୟବାଦ ଜ୍ଞାପନ କରିଥିଲେ । ଏଥିରେ ଶରତ କୁମାର ରାଉତ,ପ୍ରତିଭା ଦାସ,ନୃସିଂହ ଚରଣ ତ୍ରିପାଠୀ, ତୃପ୍ତିମୟୀ ଜେନା, ତୁଷାର ଘୋଷ, ଅନସ୍ୱୟା ମିଶ୍ର,ମନୋଜ କୁମାର ଦାସ, ଗୀତାଞ୍ଜଳି ସାହୁ,ସୁରେନ୍ଦ୍ର ବେହେରା,ଧୀରେନ୍ଦ୍ର କୁମାର ଦାସ, ସ୍ୱପ୍ନାଶୁ କୁମାର ଦାସ,ସ୍ୱର୍ଣ୍ଣପ୍ରଭା ବାରିକ,ସଂଜୟ କୁମାର ପ୍ରଧାନ,ଶ୍ରୀଧର କୁମାର ମହାନ୍ତି,ସଂଜୟ କୁମାର ମଲ୍ଲିକ, ମଧୁସୁଦନ ଗେରୁ ଇତ୍ୟାଦି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଅବାହନୀ ସଙ୍ଗୀତ ଓ ଉଦ୍ୟାପନୀ ସଙ୍ଗୀତ ଗାନକରିଥିଲେ କଣ୍ଠଶିଳ୍ପୀ ଗୋଲକ କୁମାର ସେଠୀ,କଲେଜ ପିଲାମାନଙ୍କ ମଧ୍ୟରେ ଜୟଶ୍ରୀ ରାଉତ,ପୂଜାରାଣୀ ରାଉତ,ପଦ୍ମିନୀ ବେହେରା,ସ୍ୱାତିସ୍ପତା ସ୍ୱାଇଁ,ହେଲୋପ୍ରିୟା ସୂତାର ଯୋଗଦେଇ କବିତା ପାଠ କରିଥିଲେ ।
Related Stories
December 3, 2023